MSP ଲବଣାସୁର

ଲୁଣ - ନ ହେଲେ ସୁଆଦ ନାହିଁ, ଅଧିକ ହେଲେ ସୁଆଦ ନାହିଁ

2,071

‘ଲୁଣ’
ନ ହେଲେ ସୁଆଦ ନାହିଁ, ଅଧିକ ହେଲେ ସୁଆଦ ନାହିଁ

ଚାଷୀ ସମସ୍ଯା ସମାଧାନ ସମ୍ପର୍କରେ ସର୍ବାଧିକ ଥର ଲେଖାଯାଇଛି ଏଠାରେ, ସବୁଯାକ ମିଶେଇ ପଢିଲେ ଯାଇ ହୁଏ ।
ଆଜି କେବଳ MSP କଥା କହିବା ।
ରାହୁଲ ଆଜି ଧାନର MSP ୨୬୦୦/- ଟଂକା କରିବାକୁ କହିଲେ ।
ମୋତେ କେତୋଟି ଛୋଟିଆ ପ୍ରଶ୍ନର ଉତ୍ତର ଦିଅନ୍ତୁ ।
ଏବେ ଧାନର MSP ୧୭୫୦/- ।
ଚାଉଳ କିଲୋ ୩୦/- ।
ଧାନର MSP ୨୬୦୦/- ହେଲେ
ଚାଉଳ କିଲୋ କେତେ ହେବ ?
ରାଜ୍ଯରେ ଚାଉଳ କିଣିଲାବାଲା କେତେ
ଆଉ ଧାନ ବିକିଲାବାଲା କେତେ ?
ରାହୁଳଂକ ସଭାରେ ଆଜି ଯେତେ ଲୋକ ଥିଲେ
ରାହୁଲ ଯେତେବେଳେ ୨୬୦୦/- MSP ଦେବେ
ସେଥିରୁ କେଉଁ ଲୋକ କେତେ ଟଂକା ଉପକୃତ ହେବେ ?
ଯିଏ ଗାଁରେ ଚାରିବସ୍ତା ଧାନ ବିକିବ ସିଏ ମଣ୍ଡିକୁ ଧାନ ନେଇ
ସେଠି ଚାରିଦିନ କହ୍ମେଇ ହେଇ ଶୋଇ ପାରିବ କି ?
ଟ୍ରାନ୍ସପୋର୍ଟେସନ୍ ଖର୍ଚ ଅଧିକ ହେବ କି ନାହିଁ ?
ବିକିବ ତ କେବଳ ବେପାରୀକୁ ବିକିବ, କାରଣ ତା ପଡିଶା
ଟଂକାକିଆ ଚାଉଳ କିଣିବ, ଧାନ ତ ଆବଶ୍ଯକ ନୁହେଁ ତାର ।
ଧାନର MSP ଯେତେ ବଢିବ କେବଳ ବଡ ବଡିଆ ଉପକୃତ ହେବେ ।
ଦିନକୁ ଦୁଇକିଲୋ ଚାଉଳ ଖାଉଥିବା ଛୋଟ ଚାଷୀ ପରିବାର କେବଳ ହିସାବଟିଏ କରି ଖୁସି ହେବ ଯେ ସେ ଦିନକୁ ୬୦ ଟଂକାର ଚାଉଳ ଖାଉଥିଲା,
ଏବେ ୧୦୦ ଟଂକାର ଚାଉଳ ଖାଉଛି । ଯଦିଓ ଚାଉଳ ପରିମାଣ ସେହି ଦୁଇ କିଲୋ । ଅନ୍ଯ ପଟରେ MSP ବଢିବା ତାଳେ ତାଳେ ବରଂ ମୂଲ ମଜୁରୀ ବଢିଯିବ ।
ଅନ୍ଯ ପକ୍ଷରେ MSP କମ୍ ହେଲେ ବଡ ଚାଷୀ ଚାଷ ଛାଡିଦେବ ।
ମୂଲିଆ ମୂଲ ପାଇବନି, ବିପିଏଲ୍ ପାଇଁ ବଜାରରେ ଟଂକାକିଆ ଚାଉଳ ଉପଲବ୍ଧ ହେବନି, ଖାଦ୍ଯାଭାବ ଅନାହାର ମୃତ୍ଯୁ ଆଡକୁ ଏ ରାସ୍ତା ।
ତେଣୁ MSP ଲୁଣ ବ୍ଯବହାରପାଇଁ ଅଭିଜ୍ଞ ରାନ୍ଧୁଣିଆ ଦରକାର ।
ଲୁଣ କମିଲେ ଅଡୁଆ, ବଢିଲେ ଅଡୁଆ ।
ରାହୁଲ ବାବା
ଭୋଟପାଇଁ ମନ ଇଚ୍ଛା MSP କୁହନି ।
ପରବର୍ତ୍ତି ମିଟିଂରେ ଭୁଲରେ କହିବନି ।
ଯଦି ତମ ସଭାରେ ବସିଥିବା ଲୋକେ ତୁମକୁ ସେଠାରେ ଏଇ କଥା ଟି ପଚାରି ବସନ୍ତି କି –
ରାହୁଲ ବାବା, ମୋର ପାଂଚ ପ୍ରାଣୀ କୁଟୁମ୍ୱ, ମୋର ଜମି ଦେଢ ଏକର । ତୋ MSP ରୁ ମତେ କେତେ ଲାଭ ମିଳିବ, ତୋ ନରସିଂହ ମିଶ୍ରକୁ କେତେ ଲାଭ ମିଳିବ, ତୋ ବରଗଡର ଠିକା ଆଂଧ୍ରା ଚାଷୀକୁ କେତେ ମିଳିବ ?
ଯଦି ସେମାନେ ଏଇ କଥା ପଦକ ସତରେ କେତେବେଳେ ପଚାରି ଦେବେ ନା,
ପୁଅରେ ଠିଆ ଠିଆ ସେଇଠି ପେଣ୍ଟରେ ମୁତି ପକେଇବୁ ।
ରାହୁଲବାବା
ତମେ ଦେଶ ଚଳେଇବା ଘରର ପିଲା, ମୋଦୀଂକ ପରି କାହିଁକି ହେଉଛ ?
ଦେଖୁନ ନବୀନ କାଳିଆ ଦେଲେ, ଅନ୍ଯପ୍ରକାରେ କହିଲେ ରାଜ୍ଯ ସରକାରମାନେ ଚାଷୀକୁ ଯଦି Input support ଦେଲେ,
ମୋଦୀ କେଂଦ୍ର ସରକାର ହିସାବରେ ଚାଷୀକୁ ପେନସନ୍ ଟା ଦେଇ ଥିଲେ କଥା ଟା ମାନି ଥାଆନ୍ତା, ଦାଣ୍ଡକୁ ସୁନ୍ଦର ଦିଶି ଥାଆନ୍ତା ।
କିନ୍ତୁ ସମସ୍ତେ ଦେଖିଲେ କଣ୍ କଲ୍ଲା ସେ !
ମୋଦୀଜୀ କାଳିଆ ମୂଷା ଲାଂଗୁଡରେ କୁଲାଟିଏ ବାଂଧିଦେଲେ ।
ନବୀନଂକ କାଳିଆ ମୂଷା ତ ଯେଉଁ ଗାତରେ ଇଚ୍ଛାକରିବ ଗଳିଯିବ,
କାରଣ ନବୀନ କହିଛନ୍ତି – ଯିଏ କାଳିଆ ଫର୍ମ ପକେଇବ, ଆମେ କେବଳ ହୁଁ ମାଇଲେ ସିଏ ଚାଷୀ ।
ମୋଦୀ କହିଲେ ଯାହାର ୨ ହେକ୍ଟରରୁ କମ୍ ଥିବ, ସିଏ ଆମ ଖାତାର ଚାଷୀ। ତାକୁ ଆମେ ଟଂକା ଦେବୁ ।
ଏଇଟା ହେଲା କୁଲା ।
ମୋଦୀ କହିବେ ନବୀନ ବାବୁ ଚାଷୀ ଚିଠା ଦିଅ, ଜମି ଯାହାର ଦୁଇ ହେକ୍ଟରରୁ କମ୍ ଥିବ । ଆମେ ତାକୁ ପଇସା ଦେବୁ,
ତା’ପର ଅବସ୍ଥା ଭାବନ୍ତୁ ।
ନବୀନ କଲେକ୍ଟରକୁ କହିବେ, କଲେକ୍ଟର ତହସିଲଦାରକୁ କହିବ, ତହସିଲଦାର ଆର.ଆଇ.କୁ କହିବ,
ମନେକର ତୁମେ ଯାଇ ଆର.ଆଇ.(RI) ପାଖରେ ପହଂଚି କହିବ – ଆର.ଆଇ. ବାବୁ
ମତେ ଗୋଟେ ସାର୍ଟିଫିକେଟ ଲେଖି ଦେ, ମୋର ଦୁଇ ଏକରରୁ କମ୍ ଜମି ଅଛି ବୋଲି ।
ଆର୍ ଆଇ କହିବ ଜମି ପଟ୍ଟାଟା ଦେ, ଲେଖି ଦେଉଛି ।
ତୁମେ ତାକୁ ଜମି ପଟ୍ଟାଟା ଦବ ।
ସିଏ ପଚାରିବ – ବାବୁ ତୁମ ନାଁ ଟା କଣ ?
ତମେ କହିବ ରାମ ।
ଆର୍ ଆଇ ପଟ୍ଟାଟା ଦେଖିବ, ଆଉ କହିବ –
“ବାବୁ ରାମ, ଏ ପଟ୍ଟାରେ ତ ଦଶରଥଂକ ନାଁ ବି ଉଠିନି, ଏଥିରେ ତ ଦଶରଥଂକ ଅଣଜେଜେ ଦିଲ୍ଲୀପଂକର, ପଣଜେଜେ ରଘୁଂକର ନାଁଲେଖା ହେଇଛି ।”
ହଉ ତମେ ପାର୍ଟିସନ୍ ଡିଡ୍ ନେଇଆସ, ସାର୍ଟିଫିକେଟ୍ ଲେଖି ଦେବା ।
ତା ପରେ ତମେ କାହା କହା ପାଖକୁ ଯିବ, କଣ କଣ କରିବ, ପାର୍ଟିସନ ଡିଡ୍ ଧରି କେଇଦିନେ ଆର ଆଇ ପାଖକୁ ଫେରିବ, ସେତେବେଳେ କେଉଁଯୁଗ ଚାଲିଥିବ, ରାଜା କିଏ ହେଇଥିବ, ହିସାବ ପତ୍ର କରୁ ଥା, ମନୋରଂଜନ ଡାକିଲାଣି, ମୁଁ ଟିକେ ଶଇଳଶ୍ରୀ ବିହାର ଛକରୁ ଚାହା ପିଇ ଆସେ, ଏଗୁଡା ଲେଖୁ ଲେଖୁ ଡେରି ହେଇଗଲାଣି ।
ନବୀନ ଯଦି କାଳିଆ ଲାଂଜରେ, ଏ ମୋଦି କୁଲାକୁ ବାନ୍ଧି ଦିଅନ୍ତି ତାହେଲେ ମୂଷାର ଅବସ୍ଥା କଣ ହେବ ବି ଭାବିବା କଥା |
Sharing is Caring. Share this, if you LIKE it.

Leave A Reply

Your email address will not be published.

WhatsApp chat