ନମ୍ବର ଓ୍ଵାନ୍‌ ହେଲେ ରିତିକ ରୋଶନ୍‌, ବିଶ୍ୱର ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ତାଲିକାରେ

ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ବଲିଉଡ ସୁପରଷ୍ଟାର୍‌ ରିତିକ ରୋଶନ୍‌।

131
ମୁମ୍ବାଇ: ରିତିକ ରୋଶନ୍‌ କେବଳ ଭାରତରେ ଲୋକପ୍ରିୟ ନୁହଁନ୍ତି ବରଂ ବିଦେଶରେ ବି ଖୁବ୍‌ ଚର୍ଚ୍ଚିତ ।
ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତାଙ୍କ ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ବଲିଉଡ ସୁପରଷ୍ଟାର୍‌ ରିତିକ ରୋଶନ୍‌। ୨୦୧୮ରେ ସେ ହଲିଉଡର ନାମୀ ଦାମୀ ଅଭିନେତାଙ୍କୁ ବି ପଛରେ ପକାଇ ଦେଇଛନ୍ତି। ଏଥିରେ ଆଦୌ ସନ୍ଦେହ ନାହିଁ, ରିତିକ ରୋଶନ୍‌ ସବୁଠାରୁ ହ୍ୟାଣ୍ଡସମ୍‌ ଓ ଗୁଡଲୁକିଂ ସେଲିବ୍ରିଟି ।
୨୦୧୮ରେ ଟପ୍‌ ଟେନ୍‌ ତାଲିକାରେ ଥିବା ଅନ୍ୟ ଅଭିନେତାମାନେ ହେଲେ ରବର୍ଟ ପାଟିନସନ୍‌,ଟମ୍‌ ହିଡଲଷ୍ଟନ୍‌,ହେଜେରୀ କେବିଲ, ଜୋହ ମିଲ୍‌ସ,କ୍ରିସ ମିଲ୍‌ସ,କ୍ରିସ୍‌ ଏଭେନ୍‌ସ ଓ ଡେଭିଡ଼୍‍ ବୋରିୟାନ୍‌ସ।ଏହା ପୂର୍ବରୁ ୨୦୧୧-୧୨ ବର୍ଷ ମଧ୍ୟରେ ରିତିକ୍‌ ରୋଶନ୍‌ ବିଶ୍ୱର ସବୁଠାରୁ ସେକ୍ସି ଟପ୍‌ ୫୦ ଜଣ ଏସୀୟ ପୁରୁଷଙ୍କ ତାଲିକାରେ ମଧ୍ୟ ଟପ୍‌ରେ ଥିଲେ।

ରିତିକଙ୍କ ଅଭିନୀତ ନୂଆ ସିନେମା ‘ସୁପର-୩୦’ ରିଲିଜ୍‌ ହେବ

ରିତିକ୍‌ ରୋଶନ୍‌ ‘କହୋ ନା ପ୍ୟାର୍‌ ହେ’ ସିନେମା ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏ ବର୍ଷ ରିତିକଙ୍କ ଅଭିନୀତ ନୂଆ ସିନେମା ‘ସୁପର-୩୦’ ରିଲିଜ୍‌ ହେବ।ଏହାର କଥାବସ୍ତୁ ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ।

Leave A Reply

Your email address will not be published.

WhatsApp chat