ମନ୍ତ୍ରୀ ପଦରୁ ଆଉଟ୍ – ପ୍ରଦୀପ ମହ।ରଥି

807
ଭୁବନେଶ୍ୱର: ପିପିିଲି ଗଣଦୁଷ୍କର୍ମ ଘଟଣାରେ ତାତ୍ସଲ୍ୟପୂର୍ଣ୍ଣ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଶେଷରେ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ହୋଇଛି । ଶେଷରେ ମନ୍ତ୍ରୀ ପଦରୁ ଆଉଟ୍ ହେବ।କୁ ପଡିଛି । ଅନେକ ବ।ର ମହିଳା ବିରୋଧୀ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାର ପରିସର ଭିତରେ ରହି ଆସୁଥିବା ବେଳେ ତ।ଙ୍କ ପ।ଇଁ ଦଳ ସବୁବେଳେ ଅକଳରେ ପଡି ଆସୁଥିଲା । ଏପଟେ ବିଜେଡ଼ି ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଥିବା ନ।ର। ଦେଇ ଆସିବା ବେଳେ ଏହ। ଦଳ ବିରୋଧୀ ସନ୍ଦେଶ ଦେବ। ର।ଜନୈତିକ ମହଲରେ ଚର୍ଚ୍ଚା ବି ହେଉଥିଲା ।

ଶେଷରେ ମନ୍ତ୍ରୀ ପଦରୁ ଆଉଟ୍ ହେବ।କୁ ପଡିଛି |

ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିଲା ବେଳେ ଏହି ଘଟଣା ଯେତେବେଳେ ଘଟିଥିଲା ସେ ସମୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଗିରଫ ଅଭିଯୁକ୍ତ ତାଙ୍କ ଫାର୍ମରୁ ଧରା ହୋଇଥିବା ଅଭିଯୋଗ ଆସିଲା ପରେ ବିଭିନ୍ନ ସଙ୍ଗଠନ ତାଙ୍କର ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଏବେ କୋର୍ଟ ରାୟ ଫଳରେ ଦୁଇ ଅଭିଯୁକ୍ତ ବିନା ପ୍ରମାଣରେ ଖଲାସ ହେବା ପରେ ତାକୁ ନେଇ ଶ୍ରୀ ମହାରଥୀ ସତ୍ୟର ଜୟ ହେଲା ବୋଲି କହି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି ମଧ୍ୟ ମତ ଦେଇଥିଲେ । ଏଭଳି ତାତ୍ସଲ୍ୟ ପୂର୍ଣ୍ଣ ମତ ପରେ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ପକ୍ଷରୁ Image result for pradeep maharathyଆନ୍ଦୋଳ ଅବ୍ୟାହତ ରଖାଯାଇଛି । ଶ୍ରୀ ମହାରଥୀଙ୍କ ଘର ଘେରାଉ କରିବା ସହ ଅଣ୍ଡା ମାଡ଼ କରାଯାଇଥିଲା । ଏପରିକି ବିଜେପି ଓ କଂଗ୍ରେସ ମହିଳାଙ୍କ ପକ୍ଷରୁ ନବୀନ ନିବାସ ଘେରାଉ ବାରମ୍ବାର କରାଗଲାଣି । ଆଗକୁ ଆନ୍ଦୋଳନ ବଢ଼ିବାର ଲାଗିଛି । ଏସବୁ ଘଟଣା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ଦିନ ହେଲା ମହାରଥୀଙ୍କୁ ନିଜଠାରୁ ଦୂରେଇ ରଖିଥିବା ଦେଖାଯାଉଥିଲା ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ବାରିପଦାଠାରେ ଆୟୋଜିତ ସମାବେଶରେ ନବୀନଙ୍କ ମହିଳା ସଶକ୍ତୀକରଣକୁ ନେଇ କଠୋର ସମାଲୋଚନା କରିôଥଲେ । ସିଧା ସଳଖ ଏହି ପିପିଲି ଘଟଣାର ଅବତାରଣା କରିଥିଲେ । ଠିକ ଭାବରେ ତଦନ୍ତ ହୋଇ ନ ଥିବା କହି ଦୋଷୀକୁ ଖସାଇ ଦିଆଯାଇଥିବା ନେଇ ଅଭିଯୋଗ କରି ନବୀନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠୀ ଦେଖାଇଥିଲେ । ଏହି ଘଟଣାକୁ ଆଉଥରେ ତଦନ୍ତ କରିବ। କିମ୍ୱା, ଦୃଷ୍ଟି ଦେବ।କୁ କଟ।କ୍ଷ କରିଥିଲେ । ଏପଟେ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚ। ବି, ଏ ବିଷୟରେ ଅଡି ବସିଥିଲେ ।

Leave A Reply

Your email address will not be published.

WhatsApp chat