ଭଲ ପାଏ-ପାଏନା..(ଶୀର୍ଷକ)

By Binapani Raiguru

889

ଭଲ ପାଏ-ପାଏନା..(ଶୀର୍ଷକ)

Image may contain: 1 person, smiling
Binapani Raiguru
ଭଲ ପାଏ-ପାଏନା..(ଶୀର୍ଷକ)
ମୁଁ ଭଲ ପାଏ ସାହିତ୍ୟକୁ,
ତଜ୍ଜନିତ ପୁରସ୍କାରକୁ ନୁଁହ।
ମୁଁ ଭଲପାଏ ପାପୀକୁ,
ପାପକୁ ନୁହେଁ |
ଭଲପାଏ ମଣିଷକୁ,
ତାର ଧନ ଦଉଲତକୁ ନୁଁହ।
ସାହିତ୍ୟ, ସମାଜପାଇଁ ରାମବାଣ,
ମଧୁରତା, ସମ୍ବେଦନଶୀଳତା,ବ୍ୟବହାରୀକତା,
ସମାଜରୂପୀ ସୌଧର,
ମୂଳଦୁଆ,
ସତ୍ୟ ଶାନ୍ତି, ଦୟା କ୍ଷମା,
ସୌଧ ର ଚାରିକାନ୍ଥ।
ନୀରପେକ୍ଷତା ,ଅହଂକାରଶୁନ୍ୟତା, ସମାନତା
ସେ ସୌଧର ଛାତ ।।
ଆଜି ଆଉ ନାହିଁ ସେମିତି ସାହିତ୍ୟ
କି ,ସେମିତି ସମାଜ।
ଅଛି ମାତ୍ର ,ଭିତ୍ତିହୀନ ସାହିତ୍ୟ,
ଆଉ ଭକ୍ତିହୀନ ସମାଜ,
ଆଉ ସେମିତି ସାହିତ୍ୟକୁ ନେଇ,
ସମାଜ ଖେଳୁଛି ତିନିପଟି ଚାସ,
ସେଇ ଖେଳରେ ଜୀତ ପାଇଁ
ଚାଲିଛି ,ପ୍ରୀୟାପ୍ରୀତିତୋଷଣ ନ୍ୟାୟ।
ଯାହା ଫଳରେ, ନା ତିଷ୍ଠୁଚି ସାହିତ୍ୟ,
ନା ସୁଧୁରୁଛି ସମାଜ।

 

OdiaForum ପେଜକୁ ଲାଇକ କଲେ, ଆପଣ ମୋର ଆଗାମୀ ଭଲ ପୋଷ୍ଟ ସବୁ ଦେଖିପାରିବେ | ତେଣୁ OdiaForum ପେଜ ଲାଇକ କରନ୍ତୁ | ଅଶେଷ ଧନ୍ୟବାଦ |

Leave A Reply

Your email address will not be published.

WhatsApp chat