କୁସୁମ, ତୁ କେଡେ ଅଭାଗା

By - Niranjan Sahu, Teacher, Bariniput, Jeypore, Odisha

398
Image may contain: 1 person, smiling
Niranjan Sahu, Teacher, Bariniput, Jeypore
ଦାଶ ବାବୁ
ପ୍ରାଇମେରୀ ଶିକ୍ଷକ
ସ୍ତ୍ରୀ କୁସୁମ ଓ ଗୋଟିଏ ପୁଅ
କେତେ ଓଷା ବ୍ରତ କରି ପୁଅଟିଏ ପାଇଥିଲେ
ଖୁସିରେ ନାଁ ଦେଇଥିଲେ ବିକାଶ,,
ବାପା ମାଙ୍କ ତତ୍ୱାବଧାନରେ ବିକାଶ ଭଲପାଠ ପଢେ
ଗାଁ ହାଇସ୍କୁଲ ରେ ମେଟ୍ରିକ ପାଠ ସରିଲା
ଶତକଡା 95 ରଖି ପାସ କଲା
ବାପା ମାଆଙ୍କର ଛାତି କୁଣ୍ଢେ ମୋଟ
+2 ରେ ବିଜ୍ଞାନ ପାଠରେ ନାଁଲେଖାଇଲା
ସେଥିରେ ବି ଶତକଡ଼ା 90 ରଖି ପାସ କଲା
ବାପା ମାଆ ଙ୍କ ଖୁସି କହିଲେ ନସରେ,,,
କିନ୍ତୁ ବାପା ମାଙ୍କ ଚିନ୍ତା ବଢିଗଲା
ପୁଅ ସହର ଯିବ ପଢିବାକୁ
କେମିତି ଚଳିବ କଣ ଖାଇବ ଏମିତି ବହୁତ କିଛି
ପୁଅ ଚାଲିଗଲା ଭୁବନେଶ୍ୱର କମ୍ପୁଟର ଇଞ୍ଜିନିୟର ପଢିବାକୁ,,
ବହୁତ କଷ୍ଟରେ ବାପା ଟଙ୍କା ଦେଇ ପଢେଇଲେ
ବିକାଶ ବି ଭଲପଢିଲା ପଢ଼ା ସରିଲା ପରେ ଭଲ ଚାକିରିପାଇଲା
ଆମେରିକା ରେ ଦରମା ମାସ କୁ ଲକ୍ଷେ,,
ବିକାଶ ଖୁସିରେ ବାପାଙ୍କୁ ଜଣେଇଲା
କିନ୍ତୁ ବାପା ମାଆ ଖୁସି ବଦଳରେ ଦୁଖସାଗର ରେ ଭାସିଗଲେ
ଏତେ ଦୂର ଗୋଟିଏ ବୋଲି ପୁଅ ଯିବା ପାଇଁମନାକଲେ ଆମ ରାଜ୍ୟରେ ଚାକରି ଗୋଟେ କର
କିନ୍ତୁ ବିକାଶ ଏକା ଜିଦ ଆମେରିକା ଯିବ
ବାପା ମାଆଙ୍କ ବାରଣ ସତ୍ତ୍ୱେ ଚାଲିଗଲା ଆମେରିକା
ମାଆ କୁସୁମ କଇଁ କଇଁ କାନ୍ଦୁଥାନ୍ତି
କିନ୍ତୁ ପୁଅର ଜିଦ ପାଖରେ ହାର ମାନି ମନକୁ ବୁଝେଇ ରହିଲେ
ପୁଅ ଆମେରିକାରେ ପହଁଚି ଫୋନ କଲା
ବୋଉ ଭଲରେ ଆସିଲି ଅଫିସ ଭଲ ସବୁସୁବିଧା ଚିନ୍ତାକରନା
ପାଞ୍ଚୋଟି ବର୍ଷ ଚାକିରୀ କରି ଓଡିଶା ଫେରିବି,,
ପ୍ରତିଦିନ ପୁଅ ଫୋନ ଓ ଭିଡିଓ କଲ କରେ
ବାପା ମା ମନକୁ ବୁଝେଇ ପୁଅର ବାଟକୁ ଚାହିଁରହିଥାନ୍ତି
ଏମିତି ବହୁତ ଦିନ ଗଲା
ପୁଅ ଟଙ୍କା ବି ବହୁତ ପଠାଏ
କିନ୍ତୁ ବାପା ମା ଖୁସି ନଥାନ୍ତି,,ପୁଅର ବାଟକୁ ଚାହିଁ ରହିଥାନ୍ତି
ଏଣେ ପୁଅ ପାଇଁ ବହୁତ ପ୍ରସ୍ତାବ ଆସି ପହଁଚୁଛି
ତିନୋଟି ବର୍ଷ ସରିଲା, ବାପା ମାଆ ଦିନ ଗଣୁଥାନ୍ତି
ହଠାତ ବିକାଶର ଫୋନ ଆସିଲା
ବୋଉ କୁସୁମ ଧରିଲେ ବିକାଶ କହିଲା
ବୋଉ ଖୁସିର ଖବର,,
ବୋଉ ଖୁସିରେ କହିଲେ କଣ ଓଡିଶା ଫେରୁଛୁ
ଜାହଉ ମୋ ଡାକ ମାଆ ତାରିଣୀ ଶୁଣିଲେ
ବିକାଶ କହିଲା ନାଇଁ ବୋଉ ଓଡିଶା ଫେରୁନି
ମୁଁ ଏଠାରେ ଆମେରିକାର ଗୋଟେ ଝିଅ କୁ ବାହାହେଇଗଲି,,
କୁସୁମର ପାଦତଳୁ ମାଟି ଖସିଗଲା
ମୁଣ୍ଡ ଉପରେ ଆକାଶ ଚିଡ଼ି ପଡିଲା
କଣ କହିବେ, କାହାକୁ କହିବେ କିଛି ଚିନ୍ତା କରିପାରିଲେନି,
ଦାସ ବାବୁ ଶୁଣି ବି ତଟସ୍ଥ ହେଇଗଲେ, କଣ କରିବେ
ଗ୍ରହଣ କରିବାକୁ ବାଧ୍ୟ,,
କୁସମର ଚିନ୍ତା ବିଦେଶୀ ଝିଅଟେ ଆମର ସଂସ୍କାର କଣ ଜାଣିଥିବ
ପୂଜାବିଧି କଣ ଜାଣିଥିବ, ଏମିତି ବହୁତ କଥା ଚିନ୍ତା କରି ଅସୁସ୍ଥ ହେଲେ
ଦିନେ ଭିଡିଓ କଲରେ ବୋହୁ କୁ ଦେଖିଲେ
ଦେଖି ଆଉରି ଚିନ୍ତିତ ହେଇଗଲେ
ଜିନ ପେଣ୍ଟକୁ ଟି-ସାର୍ଟ ବାଳ ମୁକୁଳା
ମଥାରେ ସିନ୍ଦୁର ନାହିଁ, ହାତରେ ଚୁଡ଼ି ନାହିଁ, ମୁଣ୍ଡରେ ଓଢଣା ନାହିଁ
ବୋହୁ କହିଲା – ହାଏ ମେମ ହାଉ ଆର ଇଉ,,
କଣ ଉତ୍ତର ଦେବେ, ପାଟିଖନୀ ମାରିଗଲା
ଖାଲି ବୁଝିଲା ଭଳି ମୁଣ୍ଡକୁ ହଲେଇ ଦେଲେ
ସେଇଦିନରୁ ଖଟରେ ପଡିଗଲେ ଯେ, ଆଉ ଉଠି ପାରିଲେନି
ଦିନ ରାତି ଖାଲି ବିକାଶ ବିକାଶ ହେଲେ
ଦାସ ବାବୁ ପୁଅକୁ ଫୋନ କଲେ କହିଲେ
ପୁଅରେ ତୋ ବୋଉ ଦିନରାତି ବିକାଶ ବିକାଶ ହେଉଛି, ଟିକେ ଆସେ
ବିକାଶ କହିଲା – ବାପା ସମୟ ନାହିଁ, କିଛି ଟଙ୍କା ଦେଉଛି
ଭଲ ଡାକ୍ତରଙ୍କୁ ଦେଖାଅ
ଦାସ ବାବୁ କହିଲେ ତୋ ବୋଉକୁ ଡାକ୍ତର ନାହିଁ ତୁ ଦରକାର
ବିକାଶ କହିଲା ମୋତେ ସମୟ ନାହିଁ,,sorry କହି ରଖିଦେଲା
ବାପା ନିରୁପାୟ, କଣ କରିବେ,,
ଏମିତି କିଛି ଦିନପରେ କୁସୁମ ବହୁତ ଅସୁସ୍ଥ ହେଇଗଲେ
ଦାଶ ବାବୁ ପୁଣି ଫୋନ କଲେ
କିନ୍ତୁ, ବିକାଶ ର ସେଇ କଥା ସମୟ ନାହିଁ sorry..
ଯେତେଥର ଫୋନ କଲେ ସେଇ ଗୋଟିଏ କଥା..
ଚିନ୍ତା କରି କରି ଶେଷରେ ଶେଷ ନିଶ୍ୱାସ ତ୍ୟାଗ କଲେ
ଦାଶ ବାବୁ ଫୋନ କରି ପୁଅକୁ କହିଲେ
ପୁଅରେ ତୋ ବୋଉ ଚାଲିଗଲା, ତୋତେ.. ଚିନ୍ତା କରି କରି
ତୁ ଏବେ ତ ଆସେ, ମୁଁ ତୋ ବୋଉକୁ ତୋ ପାଇଁ ରଖିଥିବି
ତୋ କାନ୍ଧରେ ଟିକେ ନେଇଯିବୁ ମୁଖାଗ୍ନି ଦେବୁ, ତା’ର ଆତ୍ମା ଶାନ୍ତି ପାଇବ
ବିକାଶର ସେଇ ଗୋଟିଏ କଥା ସମୟ ନାହିଁ,
କିଛି ଟଙ୍କା ଦେଉଛି, ତୁମେ କରିଦିଅ ପରେ ସୁବିଧା ଦେଖି ଆସିବି..
ପୁଅର କଥା ଶୁଣି ଅବାକ ହେଇଗଲେ
ଗାଁ ଲୋକ ମାନେ କୁସୁମର ଶବକୁ ନେଇଗଲେ ସ୍ମଶାନକୁ
ମୁଖାଗ୍ନି କିଏ ଦେବ, ଭାଲେଣି ପଡିଲା
ଦାଶ ବାବୁ କହିଲେ ମୁଁ ଦେବି..
ଓ ଶେଷରେ ଜିଦ କରି ଦାଶ ବାବୁ ମୁଖାଗ୍ନି ଦେଲେ
ଶେଷରେ ଦଶା ଦିନ ଆସିଲା
ଦାଶ ବାବୁ ପୁଅ କୁ ଫୋନ କରି କହିଲେ
ପୁଅରେ ଏବେତ ଟିକେ ଆସେ ଦଶାରେ ଶ୍ରାଦ୍ଧଟେ ଦେବୁ
ହୁଏତ, ତୋ ମା’ର ଆତ୍ମା ଶାନ୍ତି ହେଇଯିବ..
ବିକାଶ ର ସେଇ ଗୋଟିଏ କଥା ସମୟ ନାହିଁ,
ପୁଅର କଥା ଶୁଣି ଦାଶ ବାବୁ ଚିନ୍ତାକଲେ
ଶ୍ରଦ୍ଧାରେ ବିକାଶ ନାମ ଦେଇଥିଲି କେତେ ବଦଳିଗଲା
ଦଶା ଆରମ୍ଭ ହେଲା ବନ୍ଧୁ ବାନ୍ଧବ ଜମା ହୋଇଥିଲେ
କଥା ହେଉଥିଲେ ଗୋଟିଏ ବୋଲି ପୁଅ ମାଆ କୁ ଟିକେ
କାନ୍ଧରେ ନେଇ ପାରିଲାନି, କି
ଶେଷରେ ଦଶାକୁ ବି ଆସିଲାଣି
କେଡେ ଭାଗ୍ୟ ଖରାପ,,

ଠିକ ଏଇ ସମୟରେ ଧଳା କାର ଟିଏ ଆସି ପହଁଚିଲା
କାର ଭିତରୁ ବୁଟସୁଟ ପିନ୍ଧି ବାହାରିଲା ବିକାଶ
ତାକୁ ଦେଖି ସମସ୍ତେ ଖୁସି ହେଇଗଲେ ଓ କଥାହେଲେ
ଜାହଉ ପୁଅ ଶେଷରେ ଆସିଲା..
ଦାଶ ବାବୁ ବି ଖୁସିହେଇଗଲେ..
ବିକାଶକୁ ଦେଖି ବ୍ରାହ୍ମଣ କହିଲେ
ଯାଅ ଧୋତି ପିନ୍ଧି ଆସ ସମୟ ଯାଉଛି..
ଉତ୍ତରରେ ବିକାଶ କହିଲା ଧୋତି ଫୋତି କିଛିନାହିଁ
ଯାହାକରିବ ଏମିତିରେ କର
ମୋ ପାଖରେ ସମୟ ନାହିଁ ମାତ୍ର ଗୋଟିଏ ଘଣ୍ଟା
ତେଣେ ପ୍ଲେନ ଫିଟିଯିବ ଟିକେଟ ପଚାଶ ହଜାର ଟଙ୍କା
ପ୍ଲେନ ଫିଟି ଗଲେ ପଚାଶ ହଜାର ଟଙ୍କା ପାଣିରେ ପଡିଯିବ
ତା ଛଡା ମୁଁ ଏସୁବୁ ପୂଜା ବିଧିରେ ବିଶ୍ୱାସ କରନି
ଯିଏ ମଲା ସିଏ ଗଲା, ଏସବୁ ବେକାର କାମ
ଏ ସବୁ ଶୁଣି ଦାଶ ବାବୁଙ୍କ ଆଖି ଛଳ ଛଳ ହେଇଗଲା
ଓ ପାଟି କହିଲେ – ଆରେ ବିକାଶ,,

ତୁ ଚାଲିଯା… ତୋର ପ୍ଲେନ ଫିଟିଯିବ…
ଟଙ୍କା ନଷ୍ଟ ହେଇଯିବ….
ମୁଁ ମୁଖାଗ୍ନି ଦେଇ ପାରିଲି, ଯାହା ତୁ କରିବା କଥା,
କଣ ଶ୍ରାଦ୍ଧଟା ମୋତେ ବଳେଇଯିବ ?
ମୁ ପାରିବି, ଆଜି ବି ତୋ ବୋଉର ସ୍ୱାମୀ ବଞ୍ଚି ରହିଛି

ଆଜି ବି ତୋ ବୋଉର ସ୍ୱାମୀ ବଞ୍ଚି ରହିଛି..

ତୋ ବୋଉର ସବୁ କାମ କରିପାରିବି..
ତୋ ବୋଉ ଉପରେ ଥାଇ ତୋ କଥା ଶୁଣୁଥିବ
ଓ କହୁଥିବ
ବାଃ ବାଃ ରେ ବିକାଶ,,
ଯେତେ ଶୀଘ୍ର ପାରୁଚୁ ପଳେଇଜା..
ପ୍ଲେନ ଫିଟି ଯାଇପାରେ
ବିକାଶ ଚାଲିଗଲା କାରରେ ବସି..
ଦାଶ ବାବୁ କାରକୁ ଦେଖୁଥାନ୍ତି, ଛଳ ଛଳ ମୁହଁରେ….
କାନ୍ଦି କାନ୍ଦି କୁସୁମର ଫୋଟୋକୁ ଛାତିରେ ଧରି
କହିଲେ ସତରେ, “କୁସୁମ ତୁ କେଡେ ଅଭାଗା…”
କେତେ ଓଷା ବ୍ରତ କରି ପୁଅଟିଏ ପାଇଥିଲୁ,
ନାମ ଦେଇଥିଲୁ ବିକାଶ,
ତୋ’ର, ମୋ’ର, ପରିବାରର ବିକାଶ କରିବ ବୋଲି
ଦେଖିଲୁ ତ କେତେ ବିକାଶ କଲା
ଏତିକି କହି ଦାଶ ବାବୁ ନିରବ ହେଇଗଲେ,
ସବୁଦିନ ପାଇଁ…
ସ୍ତ୍ରୀ’ ର ଦଶାରେ ସ୍ୱାମୀ ବି ଚାଲିଗଲେ,
ଲୋକେ କଥାବାର୍ତା ହେଲେ, ବୁଢ଼ା ବୁଢ଼ୀ ଡ଼କାଡ଼କି ହେଇ
ଚାଲିଗଲେ….

Leave A Reply

Your email address will not be published.

WhatsApp chat