ବାୟୋପିକ୍‌ ଫିଲ୍ମ ପରଦାରେ ‘ରାହୁଲ ଗାନ୍ଧୀ’

1,365
ନୂଆଦିଲ୍ଲୀ, ୯।୨: ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇପଡିଛି। ନିର୍ବାଚନକୁ ନଜରରେ ରଖି ଦେଶର କିଛି ଶୀର୍ଷ ରାଜନେତାଙ୍କ ବାୟୋପିକ୍‌ ଫିଲ୍ମ ଇତିମଧ୍ୟରେ ରିଲିଜ୍‌ ହୋଇସାରିଛି।
ପୂର୍ବତନ Related imageପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆସିଡେଣ୍ଟାଲ ପ୍ରାଇମ୍‌ମିନିଷ୍ଟର’ ରିଲିଜ୍‌ ହୋଇସାରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ପୋଷ୍ଟର ରିଲିଜ୍‌ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ନିର୍ମିତ ଫିଲ୍ମ ‘ମାଇ ନେମ୍‌ ଇଜ୍‌ ଗାଗା’ର ଟିଜର୍‌ ଶନିବାର ରିଲିଜ୍‌ ହୋଇସାରିଛି। ରାହୁଲଙ୍କ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ଫିଲ୍ମ ମାଧ୍ୟମରେ ପଦାକୁ ଆସିବ ବୋଲି ଜଣାପଡିଛି। ୪ମିନିଟର ଏହି ଟିଜର୍‌ରେ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାଠାରୁ ଆରମ୍ଭ କରି ରାହୁଲଙ୍କ କଂଗ୍ରେସ ଅଧ୍ୟକ୍ଷ ହେବା ପର୍ଯ୍ୟନ୍ତ ରାସ୍ତା ଦେଖାଯାଇଛି। ଫିଲ୍ମରେ ଅଶ୍ୱିନ କୁମାର ରାହୁଲଙ୍କ ଭୂମିକା ନିଭାଇ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ରୁପେଶ୍‌ ପାଲ୍‌। ଫିଲ୍ମଟି ଆସନ୍ତା ଏପ୍ରିଲରେ ରିଲିଜ୍‌ ହେବା ବୋଲି ଜଣାପଡିଛି।
WhatsApp chat