ବୁଝ ନା ମତେ…

By Binapani Raiguru

742

ବୁଝ ନା ମତେ..

କେହି ବୁଝ ନା ମତେ।
ମୁଁ ସେଇ ମାଟିର, ତୁ ଯେଉଁ ମାଟିର
ବୁଝିବାକୁ,
ମାଆ ଋଣ ସୁଝିବାକୁ
ଉଲଝନା ଏତେ।।

କୁମ୍ଭାର ଗଢୁଛି ଗୋଟି
କଞ୍ଚା ଦରକଞ୍ଚା
ଗୋଟିରେ ଆଙ୍କିଛି ଝୋଟି
ମାଟି ମେଞ୍ଚା ମେଞ୍ଚା
ମାଟି ସେ ମାଟିର
ଗୋଟି ସେ ମାଟିର
ଗଢିବାକୁ
ପରବତ ଚଢିବାକୁ
ଶିଖାନା ମତେ।।

ମୁଁ ସିନା ଅଲରା କୋଠି
ଭଙ୍ଗା ଦରଭଙ୍ଗା
କୋଠିରେ ଚଢ଼ିଛି ରଙ୍ଗ
ମହଲ ମହଙ୍ଗା,
କୋଠି ସେ ମାଟିର
ମହଲ ମାଟିର,
ରହିବାକୁ,
କଥା ତୋର ସହିବାକୁ
ବଲାନା ଏତେ।।

ମାଆ ସିନା ଦିଏ ଜନ୍ମ
କର୍ମ ତୋ ନିଆରା
ଜନ୍ମ କର୍ମ ଫଳ ସବୁ
ତୋଓ କରା ଧରା
କର୍ମ ସେ ମାଟିର
ଜନ୍ମ ସେ ମାଟିର
ଜାଣିବାକୁ
ମାଆ ମନ କିଣି ବାକୁ
ରହୁ ଦୂରନ୍ତେ।।

OdiaForum ପେଜକୁ ଲାଇକ କଲେ, ଆପଣ ମୋର ଆଗାମୀ ଭଲ ପୋଷ୍ଟ ସବୁ ଦେଖିପାରିବେ | ତେଣୁ OdiaForum ପେଜ ଲାଇକ କରନ୍ତୁ | ଅଶେଷ ଧନ୍ୟବାଦ |

 

Leave A Reply

Your email address will not be published.

WhatsApp chat