୨୦୦ ଓ ୨୦୦୦ ଟଙ୍କିଆ ଚିରା ନୋଟକୁ ସମସ୍ତ ବ୍ୟାଙ୍କରେ ବଦଳାଯାଇପାରିବ : ଆରବିଆଇ

55

ନୂଆଦିଲ୍ଲୀ : ଏବେ ଆପଣ ନିଜର ୨୦୦ ଓ ୨୦୦୦ ଟଙ୍କିଆ ଚିରା ଫଟା ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ। ଅର୍ଥ ମନ୍ତ୍ରଣାଳୟ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଆପଣଙ୍କର ୨୦୦ ଓ ୨୦୦୦ ଟଙ୍କିଆ ଫଟା ନୋଟକୁ ବଦଳାଇବାର ପଥ ପରିଷ୍କାର କରିଛି। ଏ ନେଇ ଅଧିସୂଚନା ମଧ୍ୟ ଜାରି କରାଯାଇଛି। ଆରବିଆଇ ମନ୍ତ୍ରଣାଳୟକୁ ଚିରା ଫଟା ଓ ମଇଳା ନୋଟ୍ ବଦଳାଇବା ପାଇଁ ଆରବିଆଇ ୨୦୦୯ ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା। ଏବେ ମନ୍ତ୍ରଣାଳୟ ଆରବିଆଇର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ନୂତନ ନିୟମ ଜାରି କରିଛି। ଏହା ପୂର୍ବରୁ ନିୟମ ଅନୁସାରେ କେବଳ ୧, ୨, ୫, ୧୦, ୨୦, ୫୦, ୧୦୦, ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାର ପ୍ରାବଧାନ ଥିଲା।

ପୂର୍ବ ନିୟମରେ ବ୍ୟାଙ୍କ ୨୦୦୦ ଓ ୨୦୦ ଟଙ୍କିଆ ଚିରା ଫଟା ତଥା ପୁରୁଣା ନୋଟ୍ ବଦଳାଇବାର ନିୟମ ନଥିଲା। ନୋଟ୍ ବଦଳାଇବାର କାନୁନ ଆରବିଆଇ ଆକ୍ଟ ଧାରା ୨୮ ଅନ୍ତର୍ଗତରେ ଆସିଥାଏ। ଏଥିରେ ନୋଟବନ୍ଦୀ ପୂର୍ବରୁ ପ୍ରଚଳନ ସବୁ ନୋଟ ବଦଳାଇବାର ପ୍ରାବଧାନ ଥିଲା। ନୋଟବନ୍ଦୀ ପରେ ଆରବିଆଇ ଏଥିରେ କୌଣସି ପ୍ରକାର ସଂଶୋଧନ କରିନଥିଲା। ଏବେ ନୂତନ ସଂଶୋଧନରେ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ପ୍ରାବଧାନକୁ ଯୋଡ଼ି ଦିଆଯାଇଛି।

ଦୁଇ ହଜାର ଟଙ୍କିଆ ନୋଟକୁ ୨୦୧୬ ନଭେମ୍ବରରେ ନୋଟବନ୍ଦୀ ଲାଗୁ ହେବା ପରେ ଜାରି କରାଯାଇଥିଲା। ୨୦୦ ଟଙ୍କିଆ ନୋଟକୁ ୨୦୧୭ ସେପ୍ଟେମ୍ବରରେ ବଜାରକୁ ଛଡ଼ା ଯାଇଥିଲା। ସାରା ଦେଶର ଲୋକେ ଏହାକୁ ନେଇ ହଇରାଣ ହେଉଥିଲେ ଯେ ଏହି ନୂତନ ନୋଟକୁ ବଦଳାଯାଉ ନାହିଁ। ଏମିତି ନିୟମ ନଥିବା କାରଣରୁ ବ୍ୟାଙ୍କ ମଧ୍ୟ ଏହି ନୋଟ୍ ବଦଳାଇ ପାରୁନଥିଲା। ମାତ୍ର ଏବେ କାନୁନରେ ପରିବର୍ତ୍ତନ ପରେ ଲୋକଙ୍କୁ ବହୁତ ବଡ଼ ଆଶ୍ଵସ୍ତି ମିଳିଛି।

Leave A Reply

Your email address will not be published.

WhatsApp chat