ହିଂଜିଳିରେ ଗଡିଲା “ମୁଁ ଓଡିଶା ମୁଁ ହିରୋ” ରଥ

48

ହିଞ୍ଜିଳୀକାଟୁ : ରାଜ୍ୟ ସରକାରଙ୍କ ବହୁ ସଫଳତାର କାହାଣୀ ଲୋକଙ୍କୁ ଜଣାଇବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସହାୟତା ଜନ ସାଧାରଣ କିପରି ପାଇପାରିବେ ଓ ଯୁବକଟିଏ ନିଜକୁ ପ୍ରତିଷ୍ଠିତ କରିବ ସେହି ଉଦେଶ୍ୟକୁ ସାକାର କରି ଆଶାକୁ ବଢିବାର ପ୍ରୟାସରେ ଆରମ୍ଭ ହୋଇଥିବା “ମୁଁ ଓଡିଶା ମୁଁ ହିରୋ” ରଥ ଶନିବାର ହିଞ୍ଜିଳୀକାଟୁ ସହରରେ ପହଞ୍ଚିଥିଲା । ସ୍ଥାନୀୟ ପୋଲିସ ଥାନାରୁ ଏକ ବାଇକ ରାଲିରେ ଯୁବବର୍ଗ ଏହାକୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ସଭାସ୍ଥଳକୁ ପାଛୋଟି ନେଇଥିଲେ ।

ସେଠାରେ ଉପସ୍ଥିତ ଥିବା ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ହିଂଜିଳି ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନ, ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ ଡି.ବିଶ୍ଵନାଥ, ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡିଓ ପ୍ରସନ୍ନ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ହିଂଜିଳି ବିଧାୟକଙ୍କ ମୁନିସପାଲିଟି ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା ଓ ଅଧ୍ୟକ୍ଷ ଚନ୍ଦ୍ରଶେଖର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ବିଜୁବାବୁଙ୍କ ତୈଳ ପ୍ରତିକୃତରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ହିଂଜିଳି ବ୍ଲକ ପ୍ରତିନିଧି ଶ୍ରୀ ପ୍ରଧାନ ରିବନ କାଟି “ହିରୋ”ରଥର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଏନ.ରଘୁନାଥ କହିଥିଲେ ଯେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁବବର୍ଗଙ୍କ ଉନ୍ନତି ଲାଗି ପ୍ରୟାସ ଜାରି ରଖି ଏହି କାର୍ଯ୍ୟକ୍ରମ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଜୁ ଯୁବ ବାହିନୀର କର୍ମକର୍ତ୍ତା, ମ୍ୟୁନିସପାଲିଟି ଓ ବ୍ଲକ କର୍ମଚାରୀ, ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ଅଶୋକ ପଣ୍ଡା, ମୁଣା ପାତ୍ର, ମନୋଜ ପ୍ରଧାନ, ରୋହିତ ପ୍ରଧାନ, ବିନ୍ଦୁ ସାଗର ଦଲାଇ ଓ ଲକ୍ଷ୍ମଣ ଗୌଡ ପ୍ରମୁଖଙ୍କ ସମେତ ବହୁ ସରପଞ୍ଚ ଓ ଲୋକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

WhatsApp chat