ହାଇପ୍ରୋଫାଇଲ୍‌ ଠକ ପ୍ରଦୋଶକୁ ପୁଲିସ୍‌ ଗିରଫ କରିଛି

ଜଗତସିଂପୁର ନାଉଗାଁ ଅଞ୍ଚଳର ପ୍ରଦୋଶ ଦାସ ବିଭିନ୍ନ କମ୍ପାନୀ ଏବଂ ମେଡିକାଲ୍‌ କଲେଜରେ ନାମ ଲେଖାଇ ଦେବାକୁ କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ

183

ଖୋର୍ଦ୍ଧା: ଜଗତସିଂପୁର ନାଉଗାଁ ଅଞ୍ଚଳର ପ୍ରଦୋଶ ଦାସ ବିଭିନ୍ନ କମ୍ପାନୀ ଏବଂ ମେଡିକାଲ୍‌ କଲେଜରେ ନାମ ଲେଖାଇ ଦେବାକୁ କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ | ସେ ଜଣେ ଏମ୍‌ବିଏ ଛାତ୍ର ବୋଲି ଜଣାପଡ଼ିଛି। ବିଭିନ୍ନ କମ୍ପାନୀରେ ଚାକିରି ଓ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ କରୁଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ପ୍ରଦୋଶ ଦାସ।

କଟକ ମର୍କତ ନଗରର ଜଣେ ବ୍ୟକ୍ତିଙ୍କ ପୁଅକୁ ମେଡିକାଲ କଲେଜରେ ଆଡମିଶନ୍‌ କରାଇଦେବା କହି ବିଭିନ୍ନ ସମୟରେ ତାଙ୍କ ଠାରୁ ୨୪ ଲକ୍ଷ ୫୦ ହଜାର ଟଙ୍କ ଠକି ନେଇଥିଲା।

ଏହି ଘଟଣାକୁ ନେଇ ଉକ୍ତ ବ୍ୟକ୍ତି ଜଣକ ପୁଲିସ୍‌ରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରଦୋଶକୁ ପୁଲିସ୍‌ ଗିରଫ କରିଛି। ତାଙ୍କ ପାଖରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଉର୍ଦ୍ଧ୍ୱ ସାମଗ୍ରୀ ପୁଲିସ୍‌ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ କାର୍‌, ସ୍କୁଟି, ୨ଟି ଏଲ୍ଇଡି ଟିଭି, ମୋବାଇଲ ଫୋନ, ଦାମୀ ଘଣ୍ଟା, କମ୍ପ୍ୟୁଟର ଏବଂ ପ୍ରିଣ୍ଟର ଇତ୍ୟାଦି ରହିଛି।

ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଖୋର୍ଦ୍ଧା ଏସ୍‌ପି କହିଛନ୍ତି।

Leave A Reply

Your email address will not be published.

WhatsApp chat