ସାତବର୍ଷ ଝିଅର କମାଲ

1,290
ବୟସ ମାତ୍ର ସାତବର୍ଷ। ହେଲେ ଚୁଟି କାଟିବାରେ ସେ ଏମିତି ଦକ୍ଷତା ଦେଖାଉଛନ୍ତି ଯେ ଦେଖିବା ଲୋକ ତାଟକା ହୋଇଯାଉଛନ୍ତି। ନୂଆ ନୂଆ ଷ୍ଟାଇଲ୍‌ରେ ଚୁଟି କାଟି ସେ ସମସ୍ତଙ୍କୁ ବିସ୍ମିତ କରିଦେଉଛନ୍ତି। ଏହି ଝିଅଟିର ନାମ ହେଉଛି ଆଲିଜା ହର୍ନାଣ୍ଡେଜ।  ଆମେରିକାର ହ୍ୟୁଷ୍ଟନ୍‌ ସହରର ଏହି ଝିଅ ନା କାହାଠାରୁ ଟ୍ରେନିଂ ନେଇଛନ୍ତି ନା କେହି ତାକୁ ଶିଖେଇଛନ୍ତି। ଆଲିଜାଙ୍କ ବାପା ଫ୍ରାଙ୍କି ହର୍ନାଣ୍ଡେଜ କହନ୍ତି, ସବୁଦିନେ ସେ ସେଲୁନ୍‌କୁ ଆସେ। ମୁଁ ଗ୍ରାହକଙ୍କ ହେୟାର କଟିଂ କରୁଥିବା ଦେଖେ। ଦେଖିଦେଖି ସେ ଏତେସବୁ ଶିଖିଛି। ବାସ୍ତବରେ ତା’ ଭିତରେ ଜଣେ ଭଲ ହେୟାର ଡିଜାଇନର୍‌ର ଜିନ୍‌ ରହିଛି। ସମ୍ଭବତଃ ସେ ଏତେ କମ୍‌ ବୟସରୁ କୌଣସି ତାଲିମ ନ ନେଇ ଏଭଳି କାମ କରିପାରୁଛି।
80%
Awesome
  • Design

Leave A Reply

Your email address will not be published.

WhatsApp chat