ଶୁଣରେ ଉଦ୍ଧବ

By L D Nayak

61

ଶୁଣରେ ଉଦ୍ଧବ…

କଥାଏ କହିବୁ ଶୁଣରେ ଉଦ୍ଧବ
ତୁ ତ ଯୋଗୀ କେଉଁଆଡେ
କହ ଅବନାରେ କେ ଆଠ ଅକ୍ଷର

କେଉଁ ବାଟେ ଜୀବ ଛାଡେ ।

କହ କେଉଁ ଘରେ ଖେଳେ ରାଜହଂସ
କେତେ ନାମ ଅଟେ ତା’ର
ବ୍ରହ୍ମଜ୍ଞାନ ଶିକ୍ଷା ଦେବାକୁ ଆସିଛୁ
ତୁ ପରା ଯୋଗୀ ପ୍ରବର ।

ଅମନ ମନ୍ଦିର ସୁମନ ଗୋସେଇଁ
କେତେ ବାନରେ ବସାଇ
ପାଂଚଗୋଟି ରତ୍ନ ମୁଦ୍ରିକା ରଖିଛି
କୃପଣ କରି ନିଠାଇ |

କେଉଁ କାଳେ ତାକୁ ଗାଢ ନିଦ୍ରା ହୁଏ
କେଉଁ ବାଟେ ପଶେ ଚୋର
ଜାଣିଛୁ ଯେବେ ତୁ ବ୍ରହ୍ମଜ୍ଞାନ କହ
ଭକତ ଯୋଗୀ ପ୍ରବର ।

– ମହାପୁରୁଷ ଅଚ୍ୟୁତାନନ୍ଦ |

Sharing is Caring..  LIKE & SHARE

Leave A Reply

Your email address will not be published.

WhatsApp chat