ଶିକ୍ଷକଙ୍କ ଆନ୍ଦୋଳନରେ ଧର୍ମେନ୍ଦ୍ର ନପଶନ୍ତୁ : ଉଚ୍ଚଶିକ୍ଷା ମନ୍ତ୍ରୀ

48

ଭୁବନେଶ୍ଵର : ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ଅସହାୟତା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଆମ ଶିକ୍ଷାର ମାନ ଦିନକୁ ଦିନ କମିବାକୁ ଲାଗୁଛି ଏହାର ଯଥାଶୀଘ୍ର ସମାଧାନ କରିବାକୁ ପଡିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୩୬ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ଯୁକ୍ତ ଦୁଇରେ ଥିବା ସିଲାବସକୁ ବଦଳାଇବା ନେଇ ଯୁକ୍ତି ବାଢି ଥିଲେ । ଏନେଇ ଶ୍ରୀ ଦାସ ପରିଷଦର ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ସେ କହିଥିଲେ ଯୁକ୍ତ ଦୁଇ ପାଠପଢା ନିମ୍ନସ୍ତରକୁ ଯାଉଛି ଏବଂ ଶିକ୍ଷାର ଗୁଣାବତ୍ତା ମଧ୍ୟ କମୁଛି । ଏହା ନିଶ୍ଚିତଭାବରେ ଏକ ଚିନ୍ତାର ବିଷୟ ।

ଏହା ସହ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଶିକ୍ଷକମାନଙ୍କୁ ଆନ୍ଦୋଳନରେ ସେ ନପଶିବା ପାଇଁ ମନ୍ତ୍ରୀ କହିଛନ୍ତି । କାରଣ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟ ସରକାରଙ୍କ ହିସାବ ସମ୍ପର୍କରେ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

WhatsApp chat