ରୋଡ୍‌ ସୋ’ରୁ ପ୍ରଚାର ଆରମ୍ଭ କଲେ ପ୍ରିୟଙ୍କା

103
ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ଦଳୀୟ ପ୍ରଚାର ଆରମ୍ଭ କରିଛନ୍ତ ରାଜୀବ ତନୟା ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ମହାସଚିବ ଦାୟିତ୍ଵ ନେବା ପରେ ଆଜି ସେ ଲକ୍ଷ୍ନୌରେ ଏକ ରୋଡ୍‌ ସୋ’ରୁ ପ୍ରଚାରର ମଙ୍ଗ ଧରିଛନ୍ତି । ଦୀର୍ଘ ୧୨ କିଲୋମିଟର ଚାଲିଥିବା ରୋଡ୍‌ ସୋ’ରେ ପ୍ରିୟଙ୍କାଙ୍କ ସାଥ ଦେଇଛନ୍ତି ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଜନପ୍ରିୟ ନେତା । ଏମାନଙ୍କ ମଧ୍ୟରେ ଅଛନ୍ତି ମହାସଚିବ ଜୋତିରାଦିତ୍ୟା ସିନ୍ଧିୟା ଓ ଚଳଚ୍ଚିତ୍ର ଅଭିନେତାରୁ ରାଜନେତା ସାଜିଥିବା ରାଜ ବବର ।
Related imageଉଲ୍ଲେଖଯୋଗ୍ୟ, ୪୧ ବର୍ଷୀୟା ପ୍ରିୟଙ୍କା ଫେବ୍ରୁଆରି ୬ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ମହାସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜାନୁଆରି ୨୩ରେ ନେଇଥିଲେ ଉତ୍ତରପ୍ରଦେଶର ସାଧାରଣ ସଚିବ ଭାବେ ଦାୟିତ୍ୱ । ପ୍ରିୟଙ୍କା କଂଗ୍ରେସରେ ଯୋଗ ଦେବା ପରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗରେ ଆସିବା ପାଇଁ ନିକଟରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଯୋଗ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

WhatsApp chat