ରାଜ୍ୟରେ ଡାକ୍ତର ପଦବୀ ଖାଲି, ରୋଗୀଙ୍କୁ କାଗଜ କଲମରେ ଚିକିତ୍ସା କରୁଛନ୍ତି ସରକାର : ନିରଞ୍ଜନ

34

ଭୁବନେଶ୍ଵର : ଓଡିଶାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର କ୍ୟାଡର ଅନୁମୋଦିତ ସଂଖ୍ୟା ୬୭୧୯ । କ୍ୟାଡର ପୁନର୍ଗଠନ ପରେ 2016 ଡିସେମ୍ବରରେ ଏହେ ଘୋଷଣା କରଯାଇଥିଲା । କିନ୍ତୁ ଏବେ ପ୍ରକୃତରୂପେ ରାଜ୍ୟରେ ପାଖାପାଖି ୨୮୦୦ ଡାକ୍ତର କାର୍ଯ୍ୟରତ ଅଛନ୍ତି । ୩୮୦୦ ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି ବୋଲି ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜ୍ୟରେ ସମ୍ପ୍ରତି ୧୬୦୯ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ୨୭୫ ଦନ୍ତ ଚିକିତ୍ସକ ପଦବୀ ଖାଲି ପଡିଥିବା ନେଇ ବିଧାନସଭାରେ ଭୁଲ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ପ୍ରାୟ ୨୮୦୦ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ନବ ନିଯୁକ୍ତ ହୋଇଥିବା ଏମବିବିଏସ ଡାକ୍ତରଙ୍କ ମଧ୍ୟରୁ ଅନେକ ପିଜି କରିବାକୁ ଚାଲିଯାଇଛନ୍ତି, ଅଥବା ଅନୁପସ୍ଥିତ ଅଛନ୍ତି । କିନ୍ତୁ ଡାକ୍ତର ପଦବୀ ପୂରଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅନ୍ୟପକ୍ଷରେ ସରକାର ସ୍ବାସ୍ଥ୍ୟସେବା ନାମରେ ଏକାଧିକ ଯୋଜନା କରୁଥିବା ଏବଂ ବିପୁଳ ଅର୍ଥ ଖର୍ଚ କରୁଥିବା ସତ୍ଵେ ରୋଗୀମାନେ କାହିଁକି ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.

WhatsApp chat