ରାଜନୀତି ପାଇଁ ରାଜରାସ୍ତାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ପ୍ରଶାସନ ଧ୍ରୁତରାଷ୍ଟ୍ର

59

ଚିତ୍ରଡ଼ା : ଓଡିଶାର ରାଜନୀତି ହେଉଛି ଭାରତର ଜଳବାୟୁ ସଙ୍ଗେ ସମାନ । କେତେବେଳେ କେଉଁଠି ଖରା ତ ଆଉ କେଉଁଠି ବର୍ଷା । ଗୋଟେପଟେ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ଦେଇ ଆଗକୁ ପଢିବାକୁ ପ୍ରତ୍ସାହନ ଦେଉଥିଲେ ହେଁ, ଅନ୍ୟପଟେ ରାଜନୀତି ଚକ୍ରବୀହ୍ୟୁରେ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୋରଡ଼ା ବ୍ଲକ୍‌ ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ଦଳର ଶତାଧିକ କର୍ମୀ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ବନ୍ଦରେ ସାମିଲ ହୋଇଥିଲେ। ତେବେ ବନ୍ଦ ପାଳନ ବେଳେ ବିଜେପି କର୍ମୀଙ୍କ ସହ ଏକ ଘରୋଇ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷଙ୍କ ମତାନ୍ତରକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କଲେଜ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଥିବା ବେଳେ ଏହାକୁ ବନ୍ଦ କରିବାକୁ ବିଜେପି କର୍ମୀମାନେ କଲେଜ ଅଧ୍ୟକ୍ଷଙ୍କୁ ଧମକ ଦେବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ ନିଜର ଭାଗ୍ୟକୁ ଆଦରି ନେଇ କଲେଜ ସାମ୍ନା ଦେଇ ଯାଇଥିବା ୬୧ ନମ୍ବର ରାଜ୍ୟ ରାଜପଥ ଉପରେ ବସି ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀମାନେ ଦୀର୍ଘ ୧ଘଣ୍ଟା ଧରି ରାଜରାସ୍ତାରେ ପରୀକ୍ଷା ଦେବା ପରେ ସରକାରୀ ବାବୁମାନଙ୍କ ସହିତ ପୁଲିସ ବାବୁମାନେ ଘଟଣାସ୍ଥଳରେ ପହଞ୍ଚି “ଏ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ” ନାମକ ସବୁଦିନିଆ ଡାୟଲଗ ମାରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଜେପିର ଏହି ୧୨ଘଣ୍ଟିଆ ବନ୍ଦ ଡାକରାର ଖବର କଣ ସ୍ଥାନୀୟ ପ୍ରଶାସନ ପାଖରେ ନଥିଲା ? ନା ସବୁଜାଣିକି ଧ୍ରୁତରାଷ୍ଟ୍ର ସାଜିଥିଲା ? ।

Leave A Reply

Your email address will not be published.

WhatsApp chat