ରାଉରକେଲାରେ ଓଡ଼ିଶାର ୩ୟ ଏୟାରପୋର୍ଟ

50

ରାଉରକେଲାରେ ଓଡ଼ିଶାର ୩ୟ ଏୟାରପୋର୍ଟକୁ ଅନୁମୋଦନ |

ରାଉରକେଲା: ଓଡ଼ିଶାର ଷ୍ଟିଲନଗରୀ ରାଉରକେଲାକୁ ଗତ ସୋମବାର, ୩ୟ ଏୟାରପୋର୍ଟ ପାଇଁ ଅନୁମୋଦନ ଦେଇଛନ୍ତିଡାଇରେକଟର ଜେନେରାଲ ଅଫ ସିଭିଲ ଅଫ ଏଭିଏସନ ଡିପାର୍ଟମେଣ୍ଟ | ଏହାଦ୍ୱାରା, ରାଜ୍ୟର ଷ୍ଟିଲ ନଗରୀ ରାଉରକେଲା ଦେଶର ଅନ୍ୟ ସହର ସହିତ ଦ୍ରୁତ ଯୋଗାଯୋଗ ରଖିବାକୁ ସକ୍ଷମ ହେବ | ଏବେ ରାଜ୍ୟରେ ଦୁଇଟି ଏୟାରପୋର୍ଟ (ବିମାନବନ୍ଦର) ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ରହିଛି | ନିକଟ ଭବିଷ୍ୟତରେ କୋରାପୁଟର ଜୟପୁରରେ ୪ର୍ଥ ଏବଂ କଳାହାଣ୍ଡିରେ ୫ମ ଏୟାରପୋର୍ଟ ହେବାର ସମ୍ଭାବନାକୁ ମୋହର ମିଳିପାରେ ବୋଲି ଅନୁମାନ କରାଯାଉଛି |
ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯେମିତି ବିଳମ୍ବ ହେଇଥିଲା, ସେପରି ନହେଉ ବୋଲି ସାଧାରଣରେ ଚର୍ଚା ହେଉଛି |
ଗତବର୍ଷ ଏପ୍ରିଲରେ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ (ଏଏଆଇ) ଏବଂ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ମିଳିତ ଭାବରେ କେନ୍ଦ୍ର ସରକାରଙ୍କୁ ରାଉରକେଲାରେ ବିମାନବନ୍ଦର ପାଇଁ ପ୍ରସ୍ତାବ ଦେଇଥିଲେ | ଶେଷରେ ରାଉରକେଲା ବାସୀଙ୍କୁ ଏବଂ ରାଜ୍ୟବାସୀଙ୍କୁ ଏହି ପ୍ରସ୍ତାବ ନିଶ୍ଚିନ୍ତ ଭାବରେ ସୁବିଧା ହେବ | କିନ୍ତୁ ଏହାର କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ଏବଂ ଶେଷ ହେବ, ସବିଶେଷ ଖବର ଜଣାପଡିନାହିଁ | ସେ ଯାହାହେଉ ପଛେ, ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯେମିତି ବିଳମ୍ବ ହେଇଥିଲା, ସେପରି ନହେଉ ବୋଲି ସାଧାରଣରେ ଚର୍ଚା ହେଉଛି |

Leave A Reply

Your email address will not be published.

WhatsApp chat