ଶ୍ରୀମନ୍ଦୀର ପାଲା – ଯେ ହେତୁ ସିଏ ସରକାର

ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟକୁ ଅଟୋନମସ କ୍ଷମତା ଦିଆଯାଉ |

89

ମହନ୍ତ ମହାରାଜ ବନ୍ଧୁ ଚକ୍ରଧର ଲେଖିଲେ : ୧୯୬୦ ମସିହା ପୂର୍ବରୁ ଗଜପତି ମହାରାଜ ମନ୍ଦିର ପରିଚାଳନା କରୁଥିଲେ ।

ମୁଁ କହୁଛି, ଏବେ ମଧ୍ୟ କରୁଛନ୍ତି, ସେ ଶ୍ରୀମନ୍ଦୀର ପରିଚାଳନା କମିଟି ମୁଖ୍ୟ । ମୁଖ୍ୟ ପ୍ରଶାସକ ତାଂକ ଅଧୀନରେ |

ତଥାପି ଅଘଟଣ, ଆଗରୁ ମଧ୍ୟ ଥିଲା, ଲୋକେ ଜାଣୁ ନଥିଲେ ।

ଖୁବ୍ କମ୍ ଅତି ଭକ୍ତି ପରାୟଣ ଲୋକେ ମନ୍ଦୀର ଯାଉଥିଲେ । ଅନେକ ଘଟଣା ଅଘଟଣା ଲୋକ ଲୋଚନକୁ ଆସୁନଥିଲା, କେବଳ ଯାହା କିଛି ତୁଣ୍ଡ ବାଇଦରୁ ଶୁଣିବାକୁ ମିଳୁଥିଲା ।

ଦାସିଆ ସିଂହଦୁଆରେ ଥାଇ ନଡିଆ ଯାଚିଲେ ଆଉ ପ୍ରଭୁ ସିଂହାସନରେ ବସି ହାତ ବଢାଇ ନେଇଗଲେ ବି ଲୋକେ ପଚାରୁ ନଥିଲେ କାହିଁକି ପ୍ରଭୁ ଏମିତି କଲେ ବୋଲି ।

ଏବେ ୨୪ ଘଣ୍ଟିଆ ଗଣମାଧ୍ୟମ, ପ୍ରତିଦିନ ହଜାର ହଜାର ଲୋକ, ଭକ୍ତି ତୀର୍ଥାଟନ କମ୍,
ସ୍ପିରିଚୁଆଲ ପିକନିକ୍ ଓ ପର୍ଯ୍ଯଟନ ମାନସିକତା ଅଧିକ,
ସବୁ କଥା କ୍ଯାମେରା ଲେନସ୍ ପକେଇ ପ୍ରମାଣ ସହ ଟିଭିରେ ଦେଖିବାକୁ ଚାହୁଁଛନ୍ତି, ସେ ଘଟଣା ହେଉ କି ଅଘଟଣା କି ଅଲୌକିକତା କି ଆଧ୍ଯାତ୍ମିକତା ।

କେବଳ ଟିକିଏ ପଢାପଢି କମ୍ ହେତୁ ପ୍ରବଚକମାନେ ଶାସତ୍ର ପୁରାଣ ଦ୍ୱାହୀ ଦେଇ ଯାହା ଯେତିକି ଭୁଆଁ ବୁଲୋଉଛନ୍ତି,
ଯାହା ଯେତିକି ଅନ୍ଧ ବିଶ୍ୱାସ ବାଣ୍ଟୁଛନ୍ତି, ତାକୁ ଏବେ ସତ ମଣୁଛନ୍ତି |

ଏ ପ୍ରବଚକମାନେ ଏପରି କରି ଧର୍ମ ଆଳରେ ଆଧ୍ଯାତ୍ମିକତା ମୂଳରେ ବିନା ଦ୍ୱିଧାରେ କୁଠାରଘାତ କରି ଚାଲିଛନ୍ତି |
ଓଡିଶାରେ ତ ଏବେ ଗୋଟାଏ ୨୪ ଘଣ୍ଟିଆ ଅନ୍ଧ ବିଶ୍ୱାସ ବଣ୍ଟା ଚାନେଲ ମଧ୍ୟ ଦିନ ରାତି ମିଛ କଥା ଓ ଅନ୍ଧବିଶ୍ୱାସକୁ ଅହରହ ଆବାହନ ଓ ପ୍ରାର୍ଥନା କରୁଛି ।

ଏ ପ୍ରକ୍ରିୟା ବେଶ୍ କିଛିଦିନ ଚାଲିବ,
ଅବଶ୍ଯ ବହୁତ ବେଶୀଦିନ ଚାଲିବନି,
ଲୋକେ ପ୍ରମାଣ ଖୋଜିବେ, ଏ କଥାକୁ ନେଇ କୋର୍ଟ କଚେରୀକୁ ମଧ୍ୟ ଯିବେ, ସେ ବେଳ ପାଖେଇ ଆସିଲାଣି ।

ହୁଏତ ଏହି କାରଣରୁ ବୋଧେ ଜଣେ ଆମିକସ୍ କ୍ଯୁରୀ ଶ୍ରୀମନ୍ଦିର ପରିଚାଳନା ସଂସ୍କାର କଥା ଲେଖିବା ପୂର୍ବରୁ କଲମ ଛାଡି ଦେଲେ,

କାରଣ ବୋଧହୁଏ ଏଇଆ ହୋଇଥିବ ଯେ, ଲେଖିଲେ କୁଳ କୁଟୁମ୍ୱକୁ ଲାଜ, ନ ଲେଖିଲେ ବିଲେଇ ଆଖିବୁଜି କ୍ଷୀର ପିଇଲେ ବି ଦଣ୍ଡିତ ହେବାର ଉପାୟ ମିଳିବନି ।

ଜଗତର ନାଥର ମୂଳ ଆଧାର ଧର୍ମ ନୁହେଁ ଆଧ୍ୟତ୍ମିକତା,
ଯେଉଁଦିନ ଏ କଥାଟି ଜନମାନସରେ ଦୃଢଭାବରେ ପ୍ରତିଷ୍ଠିତ ହୋଇଯିବ, ସେ ଦିନ ଶ୍ରୀମନ୍ଦୀରରେ କୌଣସି ଅଘଟଣ ଦୃଷ୍ଟି ଗୋଚର ହେବନାହିଁ ।

ସେ ଦିନକୁ ଶିଘ୍ର ଆଣିବାକୁ ଚାହୁଁଥିଲେ, ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟକୁ ଅଟୋନମସ କ୍ଷମତା ଦିଆଯାଉ
ମନ୍ଦିର ପ୍ରଶାସକ ସମେତ ସମସ୍ତ କର୍ମଚାରୀ ତାଂକ ଅଧୀନରେ ତାଂକ ନିର୍ଦେଶରେ କାମ କରନ୍ତୁ । ତୃଟି ବିଚ୍ଯୁତିପାଇଁ ଏ ଅଟୋନମସ ବଡି ଲୋକଂକ ପାଖରେ , ଲୋକଂକ ପ୍ରତିନିଧି ବିଧାନସଭା ମାର୍ଫତରେ ଉତ୍ତରଦାୟୀ ରହୁ ।

ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟକୁ ଅଟୋନମସ କ୍ଷମତା ଦିଆଯାଉ

ପରିଚାଳନା କମିଟିର ମୁଖ୍ୟ ସମୟର ଆବଶ୍ୟକତା ଅନୁସାରେ ଗଜପତି ହୋଇପାରନ୍ତି, ଚକ୍ରଧାରୀ ମହନ୍ତ ମଧ୍ୟ ହୋଇ ପାରନ୍ତି ।

ସେବା ବଂଶାନୁକ୍ରମିକ ରହୁ, ଟିକିଏ ଭିନ୍ନ ଢଂଗରେ, ଅର୍ଥାତ୍ ମିଶ୍ର ବଂଶର ଲୋକ ବେଦ ଗାଉ, ଦଇତା ଅଂଗ ସେବା କରୁ, ଗୋପାଳ କ୍ଷୀର ଲବଣି ଖୋଉ, ଗୋଲା ଛତ୍ର ଚାମର ଧରୁ ମନା ନାହିଁ |

କିନ୍ତୁ ମୁଖ୍ୟ ପରିଚାଳକ ସ୍ଥିର କରନ୍ତୁ କେଉଁ ସେବାପାଇଁ କେତେ ସେବକ ଦରକାର,
ସେଇ ବଂଶରୁ ପରୀକ୍ଷା କରି ଅଧିକ ମେରିଟ ଥିବା ଲୋକକୁ ସେବକ ନିଯୁକ୍ତ କରନ୍ତୁ,
ଯେତିକି ଆବଶ୍ୟକତା, ମାତ୍ର ସେତିକି ।

ତାଂକୁ ଖଣ୍ଡେ ଖଣ୍ଡେ ପରିଚୟ ପତ୍ର ଓ ଆପଏଣ୍ଟମେଣ୍ଟ ଲେଟର ଦିଆଯାଉ ।
ସେବା ତୃଟି କଲେ ଦଣ୍ଡ କିମ୍ୱା ସେବାରୁ ବାହାର କରନ୍ତୁ ।

ଠାକୁରଂକ ପରିବାର ମୂଳରୁ ଯେତିକିଥିଲା ଆଜିବି ସେତିକି, ତମ ସେବକ ପରିବାର ମୂଳରୁ ୪୦୦ ଥିଲ ଏବେ ୪୦ ହଜାର ହେଲ, କାଲିକି ଚାରି ଲକ୍ଷ ହେବ, ସେଥିପାଇଁ କଣ ଶ୍ରୀମନ୍ଦିର ପରିଚାଳକ ଦାୟୀ ?

ରାଜ୍ୟର ଲୋକସଂଖ୍ୟା ଦଶଗୁଣା ବଢିଗଲେ ଗୋଟାଏ ରାଜ୍ୟରେ ଦଶଟା ମୁଖ୍ଯମଂତ୍ରୀ, ପାଂଚ ସାତ ଗଭର୍ଣ୍ଣର ନିଯୁକ୍ତ ହେବେ ନା କ’ଣ ?
ଏତିକିରୁ ଆରମ୍ଭ ହେଉ । ଅନ୍ୟାନ୍ୟ କଥା ସମୟ ଓ ଆବଶ୍ୟକତା ଅନୁସାରେ ହେବ ।

ଏ କଥା ନ କରି ଯଦି ମଦ ମାଫିଆ କହିବ ମୁଁ ବେଦ ବୋଲିବି – କାରଣ ଭଟ୍ଟ ମିଶ୍ର ବଂଶ ,
ଦଳୀୟ ଝଣ୍ଡା ବୋହୁଥିବା ଲୋକ କହିବ ମୁଁ ପହଣ୍ଡି କରିବି – କାରଣ ମୁଁ ଦିତ୍ଯାପତି ବଂଶ , ହୁଏତ ଏମିତି ସମୟ ବି ଦେଖିବାକୁ ମିଳିପାରେ, ବେଦାନ୍ତ ଗେଟ୍ କିପର କି ଜାଡୁଦାର ବି କହିପାରେ ମୁଁ ଛେରା ପହଁରା କରିବି , ମୁଁ ଗଜପତି ବଂଶ ଜଇଁ |

ଏକଥା କେମିତି ହେବ ? ଏମାନେସବୁ ସେବକ ହେଲେ ତ ବିନା କାରଣରେ ପ୍ରତି ମୁହୂର୍ତ୍ତରେ ଅଘଟଣ ଘଟିବ,
ଅବଶ୍ୟ ସେଥିପାଇଁ ବିଚରା ସରକାର ତ ଦାୟୀ ରହିବାକୁ ବାଧ୍ୟ ।
ଯେ ହେତୁ ସିଏ ସରକାର ।

Leave A Reply

Your email address will not be published.

WhatsApp chat