ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ

424
ନିୟମିତ ମେଥିସାଗ ଖାଇଲେ ଅନେକ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁଯାୟୀ ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏହାକୁ ନିୟମିତ ଖାଇଲେ ପ୍ଲେଟଲେଟ ପରିମାଣ ବୃଦ୍ଧି ହୋଇଥାଏ। ଜ୍ୱରରେ ମଧ୍ୟ ମେଥି ପତ୍ର ଖାଇଲେ ଭଲ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କୁହନ୍ତି।
-ମେଥି ପତ୍ରରେ ଥିବା ଫାଇବର ଶରୀରରୁ ଦୂଷିତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଫଳରେ କୋଲୋନ୍‌ କ୍ୟାନସର ହେବାର ସମ୍ଭାବନା କମ୍‌ ଥାଏ।
-ମେଥି ପତ୍ରର ରସ ସହ ମହୁ ଓ ଲେମ୍ବୁ ମିଶାଇ ଖାଇଲେ କାଶ, କଫ ଭଲ ହେବା ସହ ଆହୁରି କିଛି ଲାଭ ମଧ୍ୟ ମିଳିଥାଏ।
-ମେଥି ପତ୍ରରେ ତିଆରି ଚା’ ପିଇଲେ ଡେଙ୍ଗୁ ଜୀବାଣୁ ସହଜରେ ମରି ଯାଇଥାଆନ୍ତି। ଏହାସହ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
ସେ ଧନୀ ହେଉ କି ଗରିବ ସମସ୍ତଙ୍କ ରୋଷେଇ ଶାଳରେ ଏମିତି ଏକ ପରିବା ଯାହା ସୁଖ ଦୁଃଖ ସବୁଥିରେ ସାଥ ଦେଇଥାଏ । ଯାହା ନିୟମିତି ଖାଇବାରେ କୌଣସି କ୍ଷତି ନଥାଏ । ତାହା ହେଉଛି ଶାଗ ।  ଶାଗ ତ ବିଭିନ୍ନ ପ୍ରକାରର ରହିଛି । ହେଲେ ଏହି ଶାଗ ମାନଙ୍କ ମଧ୍ୟରେ ମେଥି ଶାଗ ଅନ୍ୟତ୍ତମ । ଏହି ମେଥି ଶାଗରେ ରହିଛି ବିଭିନ୍ନ ଉପାଦାନ ଯାହା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଡାକ୍ତରମାନଙ୍କ ମତରେ ମଧ୍ୟ ଏହି ମେଥି ଶାଗ ଖାଇବା ଲାଭଦାୟକ ବୋଲି କୁହାଯାଇଛି ।
me1ତେବେ ଆସନ୍ତୁ ଜାଣିବା ମେଥି ଶାଗ ଖାଇବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ :
-ମେଥି ଶାଗ ଖାଇବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ବଡ ବଡ଼ ରୋଗରୁ ମୁକ୍ତି ମିଳିଥାଏ ।
me5-ବିଶେଷ କରି ମେଥି ଶାଗ ଖାଇଲେ ପେଟ ସମ୍ବନ୍ଧିତ ସମସ୍ୟା ଅତି ସହଜରେ ଚାଲିଯାଇଥାଏ । ଯେଉଁ ମାନଙ୍କ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହୁଛି, ସେମାନେ ମେଥି ଶାଗ ନିୟମିତ ଖାଇବା ଉଚିତ।
me2– ଏହି ଶାଗ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହା ସହିତ ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ।
me4-ମେଥି ଶାଗ ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି ମଣିଷ ଶରୀରରେ କାମ କରିଥାଏ। ଖାସ୍ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ ।
me3-ଆପଣ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖାଇପାରିବେ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତ୍ୟାନ୍ତ ଜରୁରୀ।

Leave A Reply

Your email address will not be published.

WhatsApp chat