ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଫିସ୍‌ର

50

ଗଞ୍ଜାମ : ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ । ଏଥର ଗ୍ରାମପଞ୍ଚାୟତ ଅଫିସ୍‌ର ଟେକ୍ନିକାଲ ଆସିଷ୍ଟାଣ୍ଟ ଧରା ପଡିଛନ୍ତି ଭିଜିଲାନ୍ସ ହାତରେ । ଗୁହାଳ ଘର ଅର୍ଥ କରାଇ ଦେବା ଲାଗି ଜଣେ ହିତାଧିକାରୀଙ୍କଠାରୁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଚଢାଉ କରି ଧରିଛି ।

ଭିଜିଲାନ୍ସ ହାତରେ ଧରାପଡିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଏକଲପୁର ଗ୍ରାମପଞ୍ଚାୟତର ଟେକ୍‌ନିକାଲ ଆସିଷ୍ଟାଣ୍ଟ ଅନୀଲ କୁମାର ବେହେରା । ନୂଆଗାଁର କାହ୍ନୁ ଚରଣ ପାଣିଗ୍ରାହୀଙ୍କଠାରୁ ଗୁହାଳ ଘର ନିର୍ମାଣ ବାବଦ ଅର୍ଥ ପ୍ରଦାନ କରିବାକୁ ଅନୀଲ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ।

Leave A Reply

Your email address will not be published.

WhatsApp chat