ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ କଂଗ୍ରେସର ଆହ୍ଵାନ

41

ଭୁବନେଶ୍ଵର : ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ଵାନକ୍ରମେ ଆସନ୍ତା ୧୦ ସେପ୍ଟେମ୍ବର ଭାରତ ବନ୍ଦ ନିଷ୍ପତିକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦଳୀୟ କର୍ମୀ, ନେତୃମଣ୍ଡଳୀ ଓ ସର୍ବୋପରି ଓଡିଶାବାସୀଙ୍କୁ ସହଯୋଗ କରିବା ପାଇଁ ବିନମ୍ର ନିବେଦନ କରିଛନ୍ତି ।

ପ୍ରକାଶଥାଉକି ଏହି ବନ୍ଦ ପାଳନ ସମୟରେ ଜୁରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ସେବା, ପରୀକ୍ଷାର୍ଥୀ, ଔଷଧ ଦୋକାନ, କ୍ଷୀରଗଡିକୁ ଯେପରି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ଅନୁରୋଧ । ଏହି ସମୟରେ କୌଣସି ବିଶୃଙ୍ଖଳା, ଗଣ୍ଡଗୋଳ ଯେପରି ସଂଗଠିତ ନହୁଏ, ସେଥିପ୍ରତି କର୍ମକର୍ତାମାନେ ଯତ୍ନଶୀଳ ହେବାକୁ ଅନୁରୋଧ । ଆସନ୍ତୁ କେନ୍ଦ୍ର ବିଜେପି ନେତୃତ୍ଵ ମୋଦୀ ସରକାରଙ୍କ ଆକାଶଛୁଆଁ ତୈଳ ବୃଦ୍ଧି ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଓ ଓଡିଶାରେ ଭାରତ ବନ୍ଦ ଡାକରାକୁ ସମସ୍ତେ ମିଳିମିଶି ସଫଳ କରିବା ।

Leave A Reply

Your email address will not be published.

WhatsApp chat