ଭାରତୀୟ ଦଳରେ ହୋଇପାରେ ବିଦ୍ରୋହ

38

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଶୁକ୍ରବାର ଲଣ୍ଡନର ଓଭାଲରେ ଖେଳାଯିବ। ମାତ୍ର ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଖେଳାଳି ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ଆଭିମୁଖ୍ୟରେ ଖୁସି ନାହାନ୍ତି। ଭାରତୀୟ ଦଳ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୩-୧ରେ ପଛୁଆ ରହିଛି ଏବଂ ସିରିଜ୍ ମଧ୍ୟ ହାରି ସାରିଛି। ଭାରତୀୟ ପ୍ରଶଂସକ କୋହଲି ବାହିନୀ ଶେଷ ମ୍ୟାଚ୍ ଜିତି ଘରକୁ ଫେରନ୍ତୁ ବୋଲି ଆଶା କରୁଛନ୍ତି।

ବର୍ତ୍ତମାନ ଟେଷ୍ଟ ସିରିଜରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଚତୁର୍ଦ୍ଦିଗରୁ ସମାଲୋଚନା କରାଯାଉଛି। ପ୍ରଶଂସକ ଉଭୟଙ୍କୁ ସମାଲୋଚନା କରୁଥିବା ବେଳେ ଦଳ ଭିତରେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟକୁ ନେଇ ବିଦ୍ରୋହର ସଙ୍କେତ ଦେଖିବାକୁ ମିଳିଲାଣି। ଖାସକରି ପ୍ରତ୍ୟେକ ମୁକାବିଲା ପୂର୍ବରୁ ଖେଳାଳିଙ୍କ ମଧ୍ୟରେ ଅସୁରକ୍ଷା ଭାବନା ଆସିବା, ଶାସ୍ତ୍ରୀ-କୋହଲିଙ୍କ ଯୋଡିର ବିଫଳ ରଣନୀତି ଖେଳାଳିଙ୍କ ମଧ୍ୟରେ ଅସନ୍ତୁଷ୍ଟ ମାହୋଲ ସୃଷ୍ଟି କରିଛି।

ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆର କିଛି ଖେଳାଳି ଏହି ପ୍ରସଙ୍ଗରେ ନିଜର ମନୋଭାବ ବ୍ୟକ୍ତ କରି କହିଛନ୍ତି ଯେ ଜଣେ ଖେଳାଳିଙ୍କ ମୁତାବକ ଦଳରେ କ୍ରମାଗତ ପରିବର୍ତ୍ତନ କରିବାରୁ ଖେଳାଳିଙ୍କ ଆତ୍ମ ବିଶ୍ଵାସ ଭାଙ୍ଗି ଯାଉଛି। ‘ଯେ କେତେ ଭଲ ହୁଅନ୍ତା’ ଯଦି କୁହାଯାଏ ଯେ ଏହି ଖେଳାଳିମାନେ ପ୍ରଥମ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିବେ।

ସେହିପରି ଅନ୍ୟ ଜଣେ ଖେଳାଳିଙ୍କ ସୂଚନା ଅନୁଯାୟୀ, ଯଦି କୌଣସି ଖେଳାଳିଙ୍କୁ କେବଳ ଗୋଟିଏ ମ୍ୟାଚର ବିଫଳତା ପରେ ହଟାଇ ଦିଆଯାଏ ତେବେ ମନରେ ପ୍ରଶ୍ନ ଉଠିଥାଏ ଯେ ପ୍ରବନ୍ଧକ ଏମିତି କଣ ପାଇଁ କରୁଛନ୍ତି । ପ୍ରଶ୍ନ ତ କୋଚ୍ ରବି ଶାସ୍ତ୍ରୀଙ୍କ ଭୂମିକାକୁ ନେଇ ମଧ୍ୟ ଉଠୁଛି। ଖେଳାଳିଙ୍କୁ ଲାଗୁଛି ଯେ ଶାସ୍ତ୍ରୀଙ୍କ ବିନା ମଞ୍ଜୁରୀରେ କୋହଲି ଦଳର ପରିବର୍ତ୍ତନ କରି ପାରିବେ ନାହିଁ। ଜଣେ ଖେଳାଳି କହିଛନ୍ତି ଯେ ହୋଇପାରେ ଶାସ୍ତ୍ରୀଙ୍କୁ ଲାଗୁଛି ଯେ ଆମେ ତାଙ୍କ ମୁତାବକ ଖେଳି ପାରୁନାହୁଁ ମାତ୍ର ଯେବେ ଆମ ମନରେ ଅସୁରକ୍ଷାର ଭାବନା ଆସୁଛି ତେବେ ଆମେ ମ୍ୟାଚ୍ କେମିତି ଜିତାଇ ପାରିବୁ। ଟିମ୍ ଇଣ୍ଡିଆ ସଦସ୍ୟମାନଙ୍କ ଏହି ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ ଟିମ୍ ମ୍ୟାନେଜମେଣ୍ଟଙ୍କ ନିଷ୍ପତ୍ତିରେ ଖେଳାଳିଙ୍କ ଆତ୍ମ ବିଶ୍ଵାସ ଭାଙ୍ଗି ଯାଉଛି ଏବଂ ସେମାନଙ୍କ ଭିତରେ ଅସୁରକ୍ଷାର ଭାବନା ଉତ୍ପନ ହେଉଛି। ଯାହା ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଛି।

Leave A Reply

Your email address will not be published.

WhatsApp chat