ଭାଜପାର ଭୁଲଯୋଗୁ ତୃଣମୂଳ ହେବ ଶକ୍ତିଶାଳୀ

ମମତା ବାନାର୍ଜୀ ଭାଜପାକୁ ରାଜ୍ୟରେ ଆଗକୁ ଯିବାକୁ ବାଟ ଛାଡିବା ଲାଗି ନାରାଜ |

3,041

ନୂଆଦିଲ୍ଲୀ, ୪।୨: ପଶ୍ଚିମବଙ୍ଗରେ ଭାଜପା ଦ୍ୱାରା ହୋଇଥିବା ଗୋଟିଏ ଭୁଲ୍‌ ପଦକ୍ଷେପ ଯୋଗୁ ଶାସକ ତୃଣମୂଳକୁ ଜାତୀୟସ୍ତରରେ ଶକ୍ତିଶାଳୀ ହେବା ପାଇଁ ସୁଯୋଗ ସୃଷ୍ଟି ହୋଇଥିବା ରାଜନୈତିକ ସମୀକ୍ଷକ ଆଳକନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ରାଜ୍ୟରେ ଆଗକୁ ଯିବାକୁ ବାଟ ଛାଡିବା ଲାଗି ଯେ ନାରାଜ ତାହା ସ୍ବତଃ ପ୍ରତିପାଦିତ ହେଉଛି ବୋଲି କୁହାଯାଉଛି। ଭାଜପା ରାଜ୍ୟର ୪୨ ଲୋକସଭା ଆସନରୁ ଆସନ୍ତା ଲୋକସଭା ନିର୍ବାଚନରେ ୨୨ ଆସନ ହାତେଇବା ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁୁତ କରିଥିବାବେଳେ ତୃଣମୂଳ ଏହା ଆଗରେ ବାଧା ସୃଷ୍ଟି କରିଛି। ମମତା ଭାଜପା ବିରୋଧୀଙ୍କ ମଧ୍ୟରେ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଆଶାବାଦୀଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିବିଆଇ ଜାଲ ସ୍ବୟଂ ନିଜ ପାଇଁ ବିପଦ ଡାକିଆଣିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ଏହାଦ୍ୱାରା ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ କେନ୍ଦ୍ରୀୟ ସଂସ୍ଥାର ହସ୍ତକ୍ଷେପ ସମ୍ବିଧାନ ବିରୋଧୀ ବୋଲି କୁହାଯାଉଛି। ଏପରିକରି ମୋଦି ମମତାଙ୍କୁ ଅଜାଣତରେ ପଲ୍ଟିକାଲ ମାଇଲେଜ୍‌ ଦେଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ବଜେଟ ଅଧିବେଶନରେ ଚାଷୀ ଓ ମଧ୍ୟମବର୍ଗଙ୍କ ଭୋଟ ହାତେଇବା ପାଇଁ ଯୋଜନା କରିଥିବା ମୋଦି ସରକାରଙ୍କ ଚାଲ୍‌ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଭାବେ ନିଜେ ଖୋଲି ଥିବା ଗାତରେ ନିଜେ ପଡ଼ିବା ଭଳି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.

WhatsApp chat