ବେହାଲ ଅବସ୍ଥାରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

30

କେନ୍ଦ୍ରାପଡ଼ା : ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପରିମାଣରେ ବର୍ଷାଜଳ ପଶିଆସିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ଲଗାଣ ବର୍ଷାର ପ୍ରଭାର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ।

କଲେଜର ଅବସ୍ଥା ବେହାଲ ହେବା ସହ ୩ ଦିନ ହେଲା ପାଠ ପଢା ଠପ ହୋଇଯାଇଛି । କଲେଜ ପରିସରରେ ବର୍ଷାଜଳ ଲହଡ଼ି ଖେଳୁଥିବା ବେଳେ ଛାତ୍ରଛାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୂଖୀନ ହେଉଛନ୍ତି । ସେପଟେ କଲେଜର ପ୍ରିନ୍ସିପାଲ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।  ଛାତ୍ରାବାସ ସମ୍ମୁଖରେ ପ୍ରବଳ ମାତ୍ରାରେ ଜଳ ଜମି ରହିଥିବାରୁ ପିଲାମାନେ ଘରକୁ ଫେରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

WhatsApp chat