ବିଜେପିକୁ ଭୋଟ ଦେଇଛ ତମକୁ ଇନ୍ଦିରା ଆବାସ କାହିଁକି ଦିଆଯିବ : ବିଧାୟକ

85

ଭୁବନେଶ୍ୱର : ‘ମୋତେ ଭୋଟ ଦେଇନ’ ବିଜେପିକୁ ଭୋଟ ଦେଇଛ । ତମକୁ ଇନ୍ଦିରା ଆବାସ କାହିଁକି ଦିଆଯିବ । ଏମିତି କଥା ଏକ ସାଧାରଣ ସଭାରେ କହିଛନ୍ତି କଣ୍ଟାବାଞ୍ଝିର ମାନ୍ୟବର ବିଧାୟକ ହାଜି ଆୟୁବ ଖାନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବିଜେଡି ବିଧାୟକ ଜଣେ ବୃଦ୍ଧାଙ୍କୁ ଦୁର ଦୁର ମାର୍ ମାର୍ କରୁଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏକ ସଭା ଚାଲିଥିବା ସମୟରେ ଜଣେ ନିରୀହ ବୃଦ୍ଧା ତାଙ୍କୁ ସରକାରୀ ଆବାସ ମିଳିନଥିବା ନେଇ ନିଜ ଦୁଃଖ ଜଣାଇବାକୁ ଆସିଥିଲେ । କିନ୍ତୁ ତାଙ୍କୁ ସହାନୁଭୂତି ବଦଳରେ ଶୁଣିବାକୁ ମିଳିଥିଲା ଭିକାରୀ, ବାହାର୍ ଏଠୁ । ‘ପଦ୍ମ ଫୁଲରେ ଭୋଟ ଦେଇଛ’ ତୁମକୁ କିଛି ମିଳିବନି’ । ସଭାରେ ଉପସ୍ଥିତ ଥିବା ଅନ୍ୟ କିଛି ଲୋକଙ୍କ ସହିତ ମଧ୍ୟ ଯୁକ୍ତିତର୍କ କରି ମଧ୍ୟ କହିଥିଲେ ‘ଏପରି ଭୋଟର ମୋର ଦରକାର ନାହିଁ ’ ।

Leave A Reply

Your email address will not be published.

WhatsApp chat