ବାଡିଆ ଡାଲମା – Badia Dalma

57

ଆବଶ୍ୟକ ସାମଗ୍ରୀ:

ଅଧା ଲିଟର କ୍ଷୀର, ୪/୫ ଟି ଗୁଜରାତି ଗୁଣ୍ଡ , ୨ କପ ସଜ କ୍ରୀମ , ୨୫୦ ଗ୍ରାମ ରାବିଡି, ୧ ଚାମଚ ବେକିଂ ପାଉଡର, ୫୦ ଗ୍ରାମ ବଟର, ୧ କଟା ପାଚିଲା ଆମ୍ବ , ଅଧା କପ ଚିନି , ୧ ଟି ଜଠିକାଇ ( nutmeg) ପାଉଡର, ଆମ୍ବ ସସ, ୧୫୦ ଗ୍ରାମ ମଇଦା ବା self raising flour, ୧ ୧/୨ ଚାମଚ Vanila Essence, ଅଧା କପ ପାଣି ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ମଇଦା, ବେକିଂ ପାଉଡର , ବଟର, ରାବିଡି ଏକ ଚାମଚରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ vanilla essence, ପାଣି ଦେଇ ଭଲଭାବେ ମିଶାଇ ରଖନ୍ତୁ । ଏହାକୁ ଏକ ପ୍ଲେଟରେ କାଢି ଓଭାନରେ ୨୦୦ ଡିଗ୍ରୀ ରେ ୧୦ ମିନିଟରେ ରଖି ତା ପରେ ୧୭୫ ଡିଗ୍ରୀ ରେ ୧୫ ମିନିଟ ରଖି ବେକିଂ କରନ୍ତୁ । ଏବେ ଏହାକୁ କାଢି ଥଣ୍ଡା କରନ୍ତୁ । ଏବେ ଏକ ପ୍ୟାନରେ କ୍ଷୀର ନେଇ ଫୁଟାଇ ମାରି ଦିଅନ୍ତୁ ଯେପରି ତିନି ଭାଗରୁ ଭାଗେ ରହିବ । ଏବେ ଏଥିରେ ଚିନି , ଗୁଜରାତି ଗୁଣ୍ଡ ଓ ଜଠିକାଇ ( nutmeg) ପାଉଡର ପକାଇ ଗୋଳାଇ ବାହାର କରି ରଖନ୍ତୁ ।
ଏବେ କ୍ରିମରେ ରାବଡି ଆମ୍ବ ସସ ଭଲ ଭାବେ ମିଶାଇ ଥଣ୍ଡା କରି ରଖନ୍ତୁ । ଏବେ ସ୍ପଞ୍ଜ କେକ କୁ ଦୁଇ ପିସ କରି ସ୍ଲାଇସ କରି ଏଥିରେ ରାବଡି ଢାଳି ଉପରେ ଆମ୍ବ ଖଣ୍ଡ ପକାଇ ଅଳ୍ପ କ୍ରୀମ ମାରି ପୁରା ଥଣ୍ଡା କରି ପରସନ୍ତୁ । ଖାଇ କରି କୁହନ୍ତୁ Wow , ଖୁବ ସୁନ୍ଦର ଓ ସୁଆଦିଆ ।
80%
Awesome
  • Design

Leave A Reply

Your email address will not be published.

WhatsApp chat