ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ

27

ଭୁବନେଶ୍ୱର : ଏବେ ଯାଏ ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷ ପରୋକ୍ଷ ଭାବେ ନିର୍ବାଚନ ଲଢି କ୍ଷମତା ଉପଭୋଗ କରୁଥିଲେ। ରାଜ୍ୟ ସରକାର ଏ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ଟାଣିବାକୁ ଯାଉଛନ୍ତି। କର୍ପୋରେଟର ଓ କାଉନସିଲରଙ୍କ ଭଳି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷଙ୍କୁ ମଧ୍ୟ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ ପଡିବ। ସେହିଭଳି ଉପାଧ୍ୟକ୍ଷ, ଡେପୁଟି ମେୟର ପଦବି ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ କରାଯିବ। ଲୋକେ ଯାହାକୁ ଭୋଟ ଦେଇ ଜିତାଇବେ, ସେ ହେବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ମେୟର, ଡେପୁଟି ମେୟର।

ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକ ସରକାର ସମୟରେ ପଞ୍ଚାୟତ ଓ ପୌରାଧ୍ୟକ୍ଷ ପଦବି ଲାଗି ସିଧାସଳଖ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ପରବର୍ତୀ ସରକାର ସମୟରେ ଏହାକୁ ପରିବର୍ତନ କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଚତୁର୍ଥ ପାଳିରେ ବିଜୁ ପଟ୍ଟନାୟକ ସରକାର ସମୟର ସେ ନିଷ୍ପତ୍ତିକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡା ବେପାର ହେଉଥିଲା, ତାହା ରୋକାଯାଇପାରିବ ଓ ମେୟର, ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ଚୟନରେ ସ୍ୱଚ୍ଛତା ଆସିବ।

ମିଳିଥିବା ଖବର ଅନୁସାରେ କ୍ୟାବିନେଟ୍‌ ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ପୂର୍ବରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ସରକାର ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରଖିଥିଲେ। ଦଣ୍ଡବିଧାନ କ୍ଷେତ୍ରରେ ମଧ୍ୟ ଏକ ସଂଶୋଧନକୁ ମୋହର ଲଗାଇଛନ୍ତି କ୍ୟାବିନେଟ୍‌। ଏଥିରେ ଦଣ୍ଡବିଧାନକୁ କଠୋର କରିବାକୁ ଯାଇ ଖିଲାପ କଲେ ଉଭୟ ବିଭାଗ ଓ କର୍ମଚାରୀ ଅଥବା ଉଭୟଙ୍କୁ ଦଣ୍ଡିତ କରିବା ଲାଗି ବ୍ୟବସ୍ଥା ହୋଇଥିବା କୁହାଯାଇଛି। ଏ ସଂକ୍ରାନ୍ତରେ ଆଇନ ସଂଶୋଧନ କରାଯିବ। ଏଥିସହିତ ମୋଟ ୭ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ଦେଇଥିଲେ।

Leave A Reply

Your email address will not be published.

WhatsApp chat