ନୀରୋଗ ରହିବା ପାଇଁ ନିୟନ୍ତ୍ରିତ ଆହାର

ରୋଗ ପାଇଁ ଅନିୟମିତ ଆହାର ଦାୟୀ।

496
ରୋଗ ପାଇଁ ଅନିୟମିତ ଆହାର ଦାୟୀ। ତେଣୁ ଶରୀର ସୁସ୍ଥ ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଦୈନିକ ମାତ୍ରା ଅନୁଯାୟୀ ପୌଷ୍ଟିକ ଆହାର ସେବନ ଆବଶ୍ୟକ। ଯେପରି ରୋଗୀ ପାଇଁ ବୟସ, କାଳ, ପରିସ୍ଥିତି ଦେଖି ଔଷଧ ମାତ୍ରା ନିର୍ଦ୍ଧାରଣ କରାଯାଏ, ସେହିପରି ଶରୀରକୁ ଦେଖି ଖାଦ୍ୟକୁ ଔଷଧ ପରି ମାତ୍ରା ଅନୁଯାୟୀ ଠିକ୍‌ ସମୟରେ ଗ୍ରହଣ କରିବା ଉଚିତ, ନଚେତ୍‌ ଭବିଷ୍ୟତରେ ଔଷଧକୁ ଆହାର ରୂପେ ଖାଇବେ। Image result for balanced diet ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୫୦୦ ରୁ ୨୫୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଏହା ତାଙ୍କ ବୟସ, ଶାରୀରିକ ପରିଶ୍ରମ, ଉଚ୍ଚତା, ଦେଶ ଓ କାଳ ଅନୁଯାୟୀ ନିର୍ଦ୍ଧାରଣ କରି ତାଲିକା ପ୍ରସ୍ତୁତ ହୁଏ। ନୀରୋଗ ରହିବା ପାଇଁ ସନ୍ତୁଳିତ ଖାଦ୍ୟ, ହାଲୁକା ବ୍ୟାୟାମ (୪୫ମି. ରୁ ୧ ଘଣ୍ଟା) ପର୍ଯ୍ୟନ୍ତ କରିବା ଆବଶ୍ୟକ।
ପ୍ରାତଃ (୬ ଘଟିକାରେ) :  ଚା, କଫି ବା କ୍ଷୀର ୧ କପ୍‌ ସହ ୨/୩ ଖଣ୍ଡ ବିସ୍କୁଟ୍‌, ମଧୁମେହ ଥିଲେ ବିନା ଚିନି ଖାଇବେ।
ସକାଳ ଜଳଖିଆ (୮ଟା ୩୦ ମିନିଟ୍‌ରେ) :  ରୁଟି ୨/୩ ଖଣ୍ଡ ସହ ପରିବା ତରକାରି ୧ଗିନା, ଇଡ୍‌ଲି ୪ଟି / ଉପମା ୧ କପ୍‌ ସହ ସମ୍ବର ୧ ଗିନା। କନର୍ର୍ଫ୍ଲେକ୍ସ ୫୦ଗ୍ରାମ୍‌ ବା ସାଦା ପିଆଜରେ ଦୋଷା ୨ଟା ସହ ସନ୍ତୁଳା ୧ ଗିନା।
ଦିବା (୧୧ଟାରୁ ୧୧ଟା ୩୦ମିନିଟ୍‌) :  ପରିବା ସୁପ୍‌ ୧ ଗିନା, ଛେନା ୩୦ ଗ୍ରାମ, ଫଳ ମଧ୍ୟରେ ସେଓ/କମଳା ୧୦୦ଗ୍ରାମ୍‌, ପିଜୁଳି ୧ଟା ଘୋଳଦହି ବା ପଇଡ଼ ପାଣି।
ମଧ୍ୟାହ୍ନ ଭୋଜନ (ଦ୍ୱିପ୍ରହର ୧ଟା ୩୦ମି.)  :  ଉଷୁନା ଭାତ (୨ଗିନା-୧୦୦ଗ୍ରାମ୍‌), ରୁଟି, ପତଳା ଡାଲି ୧ଗିନା, ପରିବା ତରକାରି ୧ଗିନା, ଶାଗ ୧ପ୍ଲେଟ୍‌,
ସାଲାଡ- ୧ ପ୍ଲେଟ୍‌ , ଦହି ୧ ଗିନା, (ମାଛ ୨ଟା/ଅଣ୍ଡା ବିନା କେଶର(୨)/ଚିକେନ୍‌ (୨),ପନିର୍‌-(୩୦ଗ୍ରାମ୍‌)ସପ୍ତାହକୁ ୨ ଥର)।
ଅପରାହ୍ନ (୫ଟା ୩୦ମି. ରୁ ୬ଟା ମଧ୍ୟରେ) :  ଚା କପ୍‌ ସହିତ ବିସ୍କୁଟ୍‌(୨-୩), ଚୁଡ଼ାସନ୍ତୁଳା(୧ଗିନା)/ଚୁଡ଼ାଭଜା/ ଗଜାମୁଗ(୧ଗିନା), ହୁଡୁମ୍‌ (୧ଗିନା/ଖଇ୧ଗିନା), ସିଝା ବୁଟ (୧ଗିନା)।
ରାତ୍ରିଭୋଜନ ୯ଟା ୩୦ମି :  ରୁଟି ୩ଟା ସହ ପତଳା ଡାଲି ୧ ଗିନା/ଡାଲମା ୧ ଗିନା, ପରିବା ତରକାରି (୧ ଗିନା), ସାଲାଡ୍‌ (୧ ପ୍ଲେଟ୍‌),
ରାତ୍ରି ଭୋଜନ ଖାଇବା ପରେ: ୧ କପ୍‌ (୧୫୦ମି.ଲି.)ବିନା ସର କ୍ଷୀର ପିଇ ଶୋଇବାକୁ ଯିବେ। ପ୍ରତି ମିଲ୍‌ ଓ ଜଳଖିଆ ଅଢେଇରୁ ତିନି ଘଣ୍ଟା ବ୍ୟବଧାନରେ ଗ୍ରହଣ କରିବେ।Related image

ଖାଇବେ ନାହିଁ

ମଧୁମେହ ରୋଗୀ: ମିଠା, ଚିନି, ଗୁଡ଼, ଜାମ୍‌, ଜେଲି, ଚକୋଲେଟ୍‌, ମୃଦୁପାନୀୟ, ଥଣ୍ଡାପାନୀୟ, ଆମ୍ବ, ପଣସ, ଆତ, ଲିଚୁ, ସପେଟା, କଦଳୀ, ଅଙ୍ଗୁର, ଫଳରସ, ଆଇସକ୍ରିମ୍‌, ଖଜୁରି, ବାଦାମ, ନଡ଼ିଆ, ଆଳୁ, ମାଟିଆଳୁ, ଖମ୍ବଆଳୁ, ସାରୁ ଏବଂ କନ୍ଦମୂଳ ଖାଇବେ ନାହିଁ।
ଉଚ୍ଚରକ୍ତଚାପ ରୋଗୀ: ଅଧିକ ଲୁଣ, ତୈଳ, ଚର୍ବିଜାତୀୟ ଖାଦ୍ୟ ସେବନରୁ ବିରତ ରହିବେ।
ବୃକକ୍‌ ରୋଗୀ: ଅତ୍ୟଧିକ ଲୁଣ,ଚଟଣୀ, ପାପଡ଼, ଆଚାର, ସାମୁଦ୍ରିକ ମାଛ, କଙ୍କଡା, ରେଡ୍‌ମିଟ୍‌, ଚିଙ୍ଗୁଡ଼ି, ଅଣ୍ଡାକେଶର, ଫାଷ୍ଟଫୁଡ୍‌, ଲୁଣ, ବଟର, ଘିଅ, ଡାଲମା, ମିକ୍ସଚର, ଚିପ୍‌ସ, ମୁଢ଼ି, ଲୁଣମିଶା ବାଦାମ, ମଟର, ପଇଡ଼ ପାଣି, ଲେମ୍ବୁ, କମଳା, ପେନ୍‌କିଲର୍‌ ବଟିକା, ନଡ଼ିଆ ତିଆରି ଜିନିଷ, ବୁଟ, ରାଜ୍‌ମା ଇତ୍ୟାଦି ଶସ୍ୟଜାତୀୟ ଖାଦ୍ୟ ବର୍ଜନୀୟ।
ହୃଦ୍‌ରୋଗୀ: ତେଲ, ଚର୍ବିଜାତୀୟ ଖାଦ୍ୟ, ରେଡ୍‌ମିଟ୍‌, ଫାଷ୍ଟଫୁଡ଼, ଆମିଷ, କ୍ଷୀର ଜାତୀୟ ଖାଦ୍ୟ, ମିଠା ଇତ୍ୟାଦି ଖାଇବେ ନାହିଁ।
ଏହି ତିନି ରୋଗୀଙ୍କ ପାଇଁ ପ୍ରତିଦିନ ୨୦ମି.ଲି. ରୁ କମ୍‌ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଆବଶ୍ୟକ। ଏତଦ୍‌ ସଙ୍ଗେ ସଙ୍ଗେ ପ୍ରାତଃ (୬ଟା ୩୦ମି ଭିତରେ)ସୂର୍ଯ୍ୟସ୍ନାନ ଓ ଖୋଲା ବାୟୁରେ ଭ୍ରମଣ ସ୍ବାସ୍ଥ୍ୟ ପକ୍ଷେ ହିତକର।

Leave A Reply

Your email address will not be published.

WhatsApp chat