ଧର୍ମେନ୍ଦ୍ରଙ୍କ ବିରୋଧୀ ସକ୍ରିୟ

ଧର୍ମେନ୍ଦ୍ରଙ୍କ ସମର୍ଥକମନେ ଧର୍ମେନ୍ଦ୍ରଙ୍କ ଠାରୁ ଦୂରତା ବଢାଇଲେଣି ।

859

ଭୁବନେଶ୍ଵର : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବୋଧ ହୁଏ ଆଉ ପୂର୍ବ କ୍ରେଜ ନାହିଂ ଯେଉଁ ଅନୁଗତମାନେ ତାଙ୍କର ଜୟ ଜୟକାର କରୁଥିଲେ ସେମାନେ ଏବେ କରଛଡା ଦେଲେଣି ଏପରି ପରିବର୍ତ୍ତନକୁ ଧର୍ମେନ୍ଦ୍ର ସହଜେ ଗ୍ରହଣ କରିନପାରି ଦଳୀୟ ମୁଖ୍ୟ କାର୍ଜ୍ୟାଳୟର କେତେ ଜଣଙ୍କ ଉପରେ ରାଗ ସୁଝାଇଛନ୍ତି ଏହି ଘଟଣାକୁ ଦଳର ଲୋକମାନେ ନାପସନ୍ଦ କରିଥିବା ବେଳେ କେତେକ କହୁଛନ୍ତି ଅହଂକାର ବେଶୀଦିନ ନୁହେଁ

 

କାହାରି ଅହଂକାର ବେଶୀଦିନ ତିଷ୍ଟିନାହିଂ ଲଙ୍କପତି ରାବଣ ଠାରୁ ଆରମ୍ଭ କରି ମହାମାନୀ ଦୁର୍ଜ୍ୟୋଧନଙ୍କ ପର୍ଯ୍ୟନ୍ତ ଅବସ୍ଥା କଣ ହୋଇଛି ଏକଥା କାହାକୁ ବା ଅଜଣା ଏହା ମଣିଷ ସମାଜ ପାଇଁ ଏକ ଉଦାହରଣ କିନ୍ତୁ ଯିଏ କ୍ଷମତା ସମ୍ପତ୍ତି ମୋହରେ ଅନ୍ଧ ହୋଇ ଅହଂକାରକୁ ଆପଣେଇଛି ସିଏ ତାର ଫଳ ପାଇଛି ସତ୍ତା ହଜିଯାଇଛି ଅନେକ ଅହଂକାରୀ ରାଜନେତାଙ୍କର ଏବେ ସେହି ଆଡକୁ ମୁହଁଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ଅହଂକାର ବହୁମାତ୍ରାରେ ବଢି ଯାଇଥିଲା ଅନୁଗତମାନେ ଉତ୍ସାହିତକରି ମୁଣ୍ଡରେ ବସାଇଥିଲେ ଦିଲ୍ଲୀରୁ ଆସି ଓଡିଶା ପହଞ୍ଚିବା ପୂର୍ବରୁ ସେମାନେ ବିମାନବନ୍ଦରରେ ଡେରା ପକାଉଥିଲେ ରାଜ୍ୟ କାର୍ଜ୍ୟାଳୟରେ ଲାଗୁଥିଲା ଭିଡ ଏହା ଭିତରେ ମୁଖ୍ୟମନ୍ତ୍ରୀ ହେବା କଥା ବି ଉଠିଲା ସମର୍ଥକ ମାନେ ଘୋଷଣା କରିଚାଲିଲେ ଧର୍ମେନ୍ଦ୍ର ହିଁ ଏହି ପଦ ପାଇଁ ଯୋଗ୍ୟ ଏହାକୁ ନେଇ ଦଳରେ ଅସନ୍ତୋଷ ବଢିଲା କେତେଜଣ ଧର୍ମେନ୍ଦ୍ରଙ୍କୁ ସମର୍ଥନ କଲେ ଆଉ କିଛି ନୀରବ ରହିଲେ କାରଣ ଧର୍ମେନ୍ଦ୍ରଙ୍କ ଅଧୀନରେ ଥିବା ସଂସ୍ଥା ସମସ୍ତଙ୍କ ମୁହଁ ବନ୍ଦ କରିବାକୁ ବାଧ୍ୟ କଲା ଯେଉଁମାନେ ଧର୍ମେନ୍ଦ୍ରଙ୍କ ପ୍ରଚାର କଲେ ସେମାନେ ଫାଇଦା ନେଲେ ଏମାନଙ୍କ ମଧ୍ୟରୁ ଆଉ କେତେଜଣକର ପାଣି ବାଡେଇବା ପରି ଅବସ୍ଥା ହେଲା ବୋଧ ହୁଏ ଏଇ ବ୍ୟକ୍ତିମାନେ ଅନ୍ୟମାନଙ୍କ ପରି ସମୟ ସହିତ ତାଳଦେଇ ଚାଲିପାରିଲେନି ଏବେ ହଠାତ କିଛି ବଦଳିବା ପରି ମନେ ହେଉଛି ସମର୍ଥକମନେ ଧର୍ମେନ୍ଦ୍ରଙ୍କ ଠାରୁ ଦୂରତା ବଢାଇଲେଣି କାରଣଟା ସେମାନଙ୍କୁ ଜଣା

 

କେବଳ ସେତିକି ନୁହଁ ନିକଟରେ ଘଟିଥିବା ଏକ ଘଟଣା ଦଳୀୟ ମହଲରେ ଚର୍ଚାର ଖୋରାକ ଯୋଗାଇଛି କେନ୍ଦ୍ରମନ୍ତ୍ରୀ ପ୍ରଧାନବାବୁ ଏଇ କିଛି ଦିନ ତଳେ ହଠାତ ରାଜ୍ୟ କାର୍ଜ୍ୟାଳୟରେ ପହଞ୍ଚିଲେ ସେଠାରେ ଦେଖିଲେ ଅଫିସ ଖାଲି ଅନୁଗତମନେ ନାହାନ୍ତି ଏପରି ବ୍ୟତିକ୍ରମ ଦେଖି ଧର୍ମେନ୍ଦ୍ରଙ୍କ ରାଗ ପଞ୍ଚମରେ ପହଞ୍ଚିଲା ଯେଉଁ କେତେ ଜଣ ଉପସ୍ଥିତ ହେଲେ ସେମାନେ ଗାଳି ଶୁଣିଲେ ପରେ ଯିଏ ବି ଆସିଲେ ବାବୁ ତାଙ୍କୁ ତାଗିଦ କଲା ଭଳି ପଚାରିଲେ ମୋ ଗସ୍ତସୂଚୀ ସମ୍ପର୍କରେ ଜାଣିଥିଲ ନା ନାହିଂ ରୋକଠୋକ ଉତ୍ତର ମିଳିଲା, ଆମକୁ ଜଣାନାହିଂ ତେବେ ଏପରି ହେଲା କାହିଁକି ? ଧର୍ମେନ୍ଦ୍ରଙ୍କ ବିରୋଧୀ ସକ୍ରିୟ ହୋଇଗଲେ କି ? ସମ୍ଭବତଃ ଏହା ବି ହୋଇପାରେ ଯେଉଁ ସୁବିଧା ଅନୁଗତମାନେ ପାଉଥିଲେ ସେମାନେ ଆଉ ପାଉନାହାନ୍ତି କିମ୍ବା ଯେତେ ପ୍ରଚାର କଲେ ମଧ୍ୟ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପାର୍ଥୀ ପାଇଁ ଗ୍ରହଣୀୟ ହେଉନାହାନ୍ତି ତେବେ ସେ ଯାହା ହେଉନା କାହିଁକି ବିଜେପି କାର୍ଜ୍ୟାଳୟରେ ସେଦିନ ଘଟିଥିବା ଘଟଣା ସୁଚାଇ ଦେଉଛି ଧର୍ମେନ୍ଦ୍ରଙ୍କର ଆଉ ପୂର୍ବ ପତିଆରା ନାହିଂ ଦେଖାଯାଉ ବାବୁ ଧର୍ମେନ୍ଦ୍ର ନିଜର ଭାବମୂର୍ତ୍ତି ସୁଧାରିବାକୁ କେଉଁ ପନ୍ଥା ଅବଲମ୍ବନ କରୁଛନ୍ତି ଯଦି ଏଥିରେ ଅସଫଳ ହୁଅନ୍ତି ତାହେଲେ ବୁଡିଗଲା ଗୋଡ ତଳକୁ ତଳକୁ ପରି ଅବସ୍ଥା ହେବ ଏପରି ଅନୁମାନକୁ ଭୁଲ ବୋଲି କହି ଏଡାଇ ଦିଆଯାଇ ପାରିବନାହିଂ

Leave A Reply

Your email address will not be published.

WhatsApp chat