ଦୁଷ୍କର୍ମ ଅଭିଯୋଗରେ ସତ୍ୟବାନ ଗିରଫ

32

ହିଞ୍ଜିଳୀକାଟୁ : ସ୍ଥାନୀୟ ହିଂଜିଳି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦଆଚରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଶୁକ୍ରବାର ପାଟପୁର ଥାନା ଅନ୍ତର୍ଗତ କଙ୍କେରଡା ଗ୍ରାମର ସତ୍ୟବାନ ପରିଡାକୁ ଗିରଫ କରି ଡାକ୍ତରୀ ମଇନା ସହ କୋର୍ଟ ଚାଲାଣ କରିଛି । ପୋଲିସ ସୂଚନା ପ୍ରକାରେ ସ୍ଥାନୀୟ ସହରର ଏକ ବେସରକାରୀ କୋଚିଙ୍ଗ ସେଣ୍ଟରକୁ ପଢିବାକୁ ଆସୁଥିବା ଜଣେ ଛାତ୍ରୀଙ୍କ ସହ ସେହି ସେଣ୍ଟରକୁ ପଢିବାକୁ ଆସୁଥିବା ସତ୍ୟବାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡତା ହୋଇଥିଲା । ପରେ ଉଭୟେ ଶାରୀରିକ ସମ୍ପର୍କ ସ୍ଥାପନ ହେବାପରେ ଘଟଣାକ୍ରମେ ଝିଅର ବିବାହ ପ୍ରସ୍ତାବକୁ ଅଭିଯୁକ୍ତ ସତ୍ୟବାନ ମନାକରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ଘଟଣାର ଅନୁଧ୍ୟାନ କରି ଉଭୟଙ୍କ ଡାକ୍ତରୀ ମଇନା କରିବା ସହ ସତ୍ୟବାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

WhatsApp chat