ଝିଅ ଚାଲାଣ କରୁଥିବା ଦଲାଲ ଗିରଫ

47

ମୁମ୍ବାଇ : ମଣିଷ ରୂପରେ ସଇତାନ । ୫୦୦ ଝିଅଙ୍କୁ ବାଂଲାଦେଶରୁ ମୁମ୍ବାଇକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ଥାଣେ ଜିଲ୍ଲାର ଦୋମ୍ବିବାଲିର ମନପଡା ଅଞ୍ଚଳର ୩୮ ବର୍ଷୀୟ ମହମ୍ମଦ ସୈଦୁଲ୍ ଶେଖ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ପାଲଘାର ପୋଲିସ୍ ।

ପୁଲିସର ସୂଚନା ଅନୁସାରେ, ଶେଖ୍ ନାଁରେ ଏବେ ୭ଟି ମାମଲା ରହିଛି, ତାଙ୍କ ଗିରଫଦାରି ସହ ଆହୁରି ଅନେକ ମାମଲା ଜଣାପଡ଼ିବ। ଜଣେ ଝିଅ ବିକ୍ରି କରାଇବା ବାବଦରେ ସେ କମିସନ୍ ବାବଦରେ ୪ରୁ ୫ ହଜାର ଟଙ୍କା ପାଆନ୍ତି। ପୁଣି ପ୍ରତି ମାସରେ ଆହୁରି ଅଧିକ ଟଙ୍କା ଖର୍ଚ ବାବଦରେ ପାଆନ୍ତି। ଅନ୍ୟପଟେ ବର୍ଷେ ତଳେ ଦେହ ବ୍ୟବସାୟସ୍ଥଳରୁ ଉଦ୍ଧାର ହୋଇଥିବା ୪ ଜଣ ନାବାଳିକା ବୟାନ ଦେବା ବେଳେ ଶେଖ୍ଙ୍କ ନାଁ କହିଥିଲେ। କ୍ରାଇମ୍ ବ୍ରାଞ୍ଚ୍ ଗୁଇନ୍ଦାମାନେ କହନ୍ତି ଯେ ସୀମା ଆରପାରିରେ ଶେଖ୍ ବେଆଇନ୍ ହାଓଲା କାରବାରରେ ସମ୍ପୃକ୍ତ। ଶେଖ୍ ବାଂଲାଦେଶରୁ ମହିଳା, ବିଶେଷକରି, ନାବାଳିକାମାନଙ୍କୁ ଆଣି ଆଶାୟୀ ଗ୍ରାହକମାନଙ୍କ ଠାରୁ ଲକ୍ଷ-ଲକ୍ଷ ଟଙ୍କା ପାଆନ୍ତି।

Leave A Reply

Your email address will not be published.

WhatsApp chat