ଜବର ଦଖଲରେ ଯାତ୍ରୀବିଶ୍ରାମଗାର, ପ୍ରଶାସନ ନିରବ ଦ୍ରଷ୍ଟା

41

ହିଞ୍ଜିଳୀକାଟୁ : ଯାତ୍ରୀମାନଙ୍କୁ ବିଶ୍ରାମସ୍ଥଳୀର ସୁବିଧା ଉପଲବ୍ଧ କରିବା ପାଇଁ ପ୍ରଶାସନ ତରଫରୁ ୫୯ନଂ ଜାତୀୟ ରାଜପଥ କଡ ତଥା ସମରଝୋଳ ଛକଠାରେ ଏକ ଯାତ୍ରୀ ବିଶ୍ରାମଗାର ନିମିତ ହୋଇଛି । ଏଥିପାଇଁ ହିଂଜିଳି ପଞ୍ଚାୟତ ସମିତି ଆନୁକୁଲ୍ୟରେ ୧ଲକ୍ଷ ଟଙ୍କା ଅନୁଦାନ ମୂଲ୍ୟ ବିନିମୟରେ ଏହି ଯାତ୍ରୀ ବିଶ୍ରାମଗାର ଗତ ୨୫-୦୨-୨୦୦୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ଉଦ୍ଘାଟନୀ ଫଳକରୁ ସ୍ପଷ୍ଟ ହେଉଛି । ହେଲେ ଦୀର୍ଘ ବର୍ଷ ହେଲା ସେହି ଛକରେ ଜୈନିକ ବ୍ୟକ୍ତି ଯାତ୍ରୀ ବିଶ୍ରାମଗାରର ସଂପୂର୍ଣ୍ଣ ଅଂଶକୁ ଜୋରଜବରଦସ୍ତ ଦଖଲ କରି ଏଥିରେ “ମା ଦଣ୍ଡକାଳି ଫୁଡ ଏଣ୍ଡ ଜୁସ ସେଣ୍ଟର” ନାମରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ କରି ଲାଭଖୋର ମନୋବୃତ୍ତିରେ ଯାତାୟାତକାରୀ ଯାତ୍ରୀଙ୍କୁ କଷଣ ଦେଉଛି । ଏଥିପାଇଁ ଏହି ଏହି ବିଶ୍ରାମଗାରର କିଛି ଅଂଶରେ ପକ୍କା କାନ୍ଥ ସହ ଲୁହାକବାଟ ଲଗାଇ ଜୋରଜବରଦସ୍ତ କବଜା କରିଥିବା ଦୃଷ୍ଟିକୁ ଆସିଛି । ଏଣେ ବସ ପାଇଁ ଅପେକ୍ଷାରତ ଯାତ୍ରୀମାନେ ପଥପ୍ରାନ୍ତରେ ଖରା,ବର୍ଷା,ଶୀତ-କାକର ଭଳି ଦୈବି ଦୁର୍ବିପାକରେ ଅତିଷ୍ଠ ହୋଇ ନିର୍ଯ୍ୟାତନା ଭୋଗିବାକୁ ବାଧ୍ୟ ହେଉଛନ୍ତି । ଏହି ଅବୈଧ ଜବରଦଖଲକୁ ପ୍ରୋତ୍ସାହିତ କରୁଛି ବିଦ୍ୟୁତ ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କ ସହଯୋଗ । କାରଣ ସେହି ବେଅଇନି ଗୃହକୁ ଅଇନିଗତ ବିଦ୍ୟୁତ ସଂଯୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରନ୍ତୁ ସେହି ଛକ ଦେଇ ପ୍ରତ୍ୟହ ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନଙ୍କ ଦୃଷ୍ଟି ଏହି ଜବରଦଖଲ ଉପରେ ନ ପଡିବା ଲଜ୍ୟାଜନକ ବୋଲି ସେଠାକାର ସ୍ଥାନୀୟ ବ୍ୟବସାୟୀ ଓ ଅଧିବାସୀ ପ୍ରକାଶ କରିଛନ୍ତି । ତେଣୁ ହିଂଜିଳି ବ୍ଲକ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଏହି ଜବରଦଖଲ ଉଚ୍ଛେଦ କରି ଦୋଷୀ ବିରୁଦ୍ଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

WhatsApp chat