ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ତିତଲି |

1,017

ଓଡିଶାକୁ ମୁହାଁଉଥିବା ‘ତିତଲି’, ଆଉ ୧୨ଘଣ୍ଟା ପରେ ଅଧିକ ତୀବ୍ର ହେବ | ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ତିତଲି ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଓଡିଶାକୁ ମୁହାଁଉଥିବା ଏହି ବାତ୍ୟାର ନାମ ରଖାଯାଇଛି  ତିତଲି ।

ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପନେବ। ଏବେ ଏହା ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି।

ଏହା ପ୍ରଭାବରେ ଆସନ୍ତା ୧୦ ଓ ୧୧ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ଲୁବାନ୍ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ ଧାରଣ କରି ଦକ୍ଷିଣ ଓମାନ୍ ଏବଂ ୟେମେନ ଉପକୂଳକୁ ମୁହାଁଇବ ।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୫୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ୬୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

Leave A Reply

Your email address will not be published.

WhatsApp chat