ଗାନ୍ଧୀ ଜୟନ୍ତୀରେ ରେଳ ଯାତ୍ରୀଙ୍କୁ ମିଳିବ ନିରାମିଷ ଭୋଜନ : ସିଦ୍ଧାର୍ଥ ସିଂହ

44

ମୁମ୍ବାଇ : ଭାରତ ଆଉ କିଛି ଦିନ ପରେ ‘ ଅନ୍ତର୍ଜାତୀୟ ଅହିଂସା ଦିବସ’ ପାଳନ କରିବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନକୁ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ନୂତନ ଯୋଜନା ଲାଗୁ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆଗାମୀ ଅକ୍ଟୋବର ୨ରେ ଟ୍ରେନରେ ଯାତ୍ରୀମାନଙ୍କୁ କେବଳ ନିରାମିଷ ଭୋଜନ ପରସା ଯିବ । ଇଣ୍ଡିଆନ ରେଲୱେ କ୍ୟାଟରିଂଗ ଆଣ୍ଡ ଟୁରିଜମ କର୍ପୋରେସନ(ଆଇଆରସିଟିସି) ପକ୍ଷରୁ ସ୍ୱତନ୍ତ୍ର ଧରଣର ନିରାମିଷ ଭୋଜନ ପରସା ଯିବ । ଗାନ୍ଧୀ ଜୟନ୍ତୀରେ ରେଳ ଯାତ୍ରୀଙ୍କୁ ଆମିଷ ଭୋଜନ ମିଳିବ ନାହିଁ ।

ଗାନ୍ଧୀ ଜୟନ୍ତୀରେ ନିରାମିଷ ଭୋଜନ ପରସିବା ନେଇ ଆଇଆରସିଟିସି ପକ୍ଷରୁ ପରିଚାଳିତ ହେଉଥିବା ସମସ୍ତ ରେଳବାଇ ଜୋନକୁ ସୂଚନା ଦିଆଯାଇଛି । ଆଇଆରସିଟିସି ମୁଖପାତ୍ର ସିଦ୍ଧାର୍ଥ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଅକ୍ଟୋବର ୧ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଆମିଷ ଓ ନିରାମିଷ ଭୋଜନ ବିକଳ୍ପ ରହିବ । ମାତ୍ର ତା’ ପରଦିନ କେବଳ ନିରାମିଷ ବ୍ୟବସ୍ଥା କରାଯାଇ ପାରିବ । ଯଦି ଯେଉଁ ଯାତ୍ରୀମାନେ ଅକ୍ଟୋବର ୩ରେ ଯାତ୍ରା ଜାରି ରଖିଥିବେ ସେମାନେ ଆମିଷ ଭୋଜନ ନେଇ ପାରିବେ ।

ଗତ ଜାନୁଆରୀରେ ରେଳବାଇ ଗାନ୍ଧୀ ଜୟନ୍ତୀରେ ନିରାମିଷ ଭୋଜନ ପରସିବା ନେଇ ଚିନ୍ତା କରିଥିଲା । ସ୍ୱତନ୍ତ୍ର ଭୋଜନ ଥାଳିରେ ପରାଟା, କୁଲଚାସ, ପନୀର ଆଦି ମିଳିବ । ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରୀୟ ରେଳପଥ ଓ ପଶ୍ଚିମ ରେଳପଥ ପକ୍ଷରୁ ‘ଡିଜିଟାଲ ମ୍ୟୁଜିୟମ’ ଉଦଘାଟନ ହେବ । ଏହି ସଂଗ୍ରହାଳୟ ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ, ଥାଣେ ଓ ଲୋନାଭାଲା ରେଳଷ୍ଟେସନରେ ପ୍ରତିଷ୍ଠା କରାଯାଇଛି ।  ସେହିଭଳି ‘ସ୍ୱଚ୍ଛତା ପକ୍ଷ’ ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇ ଅକ୍ଟୋବର ୨ରେ ଶେଷ ହେବ ।

Leave A Reply

Your email address will not be published.

WhatsApp chat