ଗରିବଙ୍କ ପାଇଁ ଭାରତ, ଧନୀଙ୍କ ପାଇଁ ହିନ୍ଦୁସ୍ତାନ

ଗତ ଚାରି ବର୍ଷରେ ବିଜେପି ସରକାର କୃଷକଙ୍କୁ ଗୋଟିଏ ଟଙ୍କାର ଋଣ ଛାଡ କରି ନାହିଁ |

306

ନୂଆଦିଲ୍ଲୀ : ଗତ ଚାରିବର୍ଷରେ, ଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଭାଗରେ ବିଭକ୍ତ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଧନୀଙ୍କ ପାଇଁ ହିନ୍ଦୁସ୍ଥାନ ଏବଂ ଗରୀବଙ୍କ ଲାଗି ହୋଇଛି ଭାରତ । ଧନୀମାନେ ଆକାଶରେ ହେଲିକପ୍ଟରରେ ଉଡୁଥିବା ବେଳେ ଗରୀବଙ୍କ ସହ କିଛି ମତଲବ ରହୁନାହିଁ | ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ରାଫେଲ ବିମାନ କିଣାକୁ ନେଇ ସେ ମୋଦୀଙ୍କୁ ପ୍ରଶ୍ନ :

ରାଫେଲ ବିମାନ କିଣାକୁ ନେଇ ସେ ମୋଦୀଙ୍କୁ ପ୍ରଶ୍ନ କରିଥିବା ବେଳେ ରୋଜଗାର କ୍ଷେତ୍ରକୁ କେନ୍ଦ୍ର ସରକାର ଧ୍ୟାନ ଦେଉ ନଥିବା ଅଭିଯୋଗ ଆଣିଛନ୍ତି, ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଦେଶର ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ କିଛି ଖାସ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାଇଦା ପହଁଚାଇବା ଚେଷ୍ଟାରେ ଅଛନ୍ତି । ଗତ ଚାରି ବର୍ଷରେ ବିଜେପି ସରକାର କୃଷକଙ୍କୁ ଗୋଟିଏ ଟଙ୍କାର ଋଣ ଛାଡ କରି ନାହିଁ । ରାଜସ୍ଥାନରେ କଂଗ୍ରେସକୁ ଭୋଟ ଦେବା ପାଇଁ ସେ ଜନତାଙ୍କୁ ଅପିଲ କରିଛନ୍ତି । କଂଗ୍ରେସ ସରକାରକୁ ଆସିଲେ ସେ ୨୪ ଘଂଟା ଲୋକଙ୍କୁ ରୋଜଗାର ଦେବା ଲାଗିପଦକ୍ଷେପ ଗ୍ରହଣ କରିବେ । କିନ୍ତୁ ବ୍ୟାଙ୍କ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଏବଂ ଦୁଇ କୋଟି ନିଯୁକ୍ତି ଭଳି ମିଛ ପ୍ରତିଶ୍ରୁତି ଦେବେ ନାହିଁ ବୋଲି ସେ କହିଥିଲେ ।

ଅନିଲ ଅମ୍ବାନୀ ୫୦୦ କୋଟିର ଉଡ଼ାଜାହାଜଙ୍କୁ ୧୬୦୦ କୋଟିରେ ବିକ୍ରି କରିଛନ୍ତି

ଶ୍ରୀଯୁକ୍ତ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, BJP ର ସହଯୋଗରେ ଅନିଲ ଅମ୍ବାନୀ ୫୦୦ କୋଟିର ଉଡ଼ାଜାହାଜଙ୍କୁ ୧୬୦୦ କୋଟିରେ ବିକ୍ରି କରିଛି ରିଲିଆନ୍ସ କମ୍ପାନୀ ଏବଂ, ଅନିଲ ଅମ୍ବାନିଙ୍କ ରେଲିଂରେନ୍ସ କମ୍ପାନୀ ୪୫ ହଜାର କୋଟି ତାଙ୍କର ଋଣ ଥାଇ ମଧ୍ୟ ରାଫେଲ ଡ଼ିଲ ପାଇଲେ କେମିତି? ଏ ହେଉଛି ଧନୀଙ୍କ ପାଇଁ ବିଜପିର ଉଦାରତାର ନମୁନା ବୋଲି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି, ରାଜସ୍ଥାନର ବିକାନିର ସହରରେ ଏକ ଅଭିଭାଷଣରେ |

Leave A Reply

Your email address will not be published.

WhatsApp chat