ଖୋଲାଖୋଲି ଚାଲିଛି ଥାନା ପଛପଟେ ଜୁଆଆଡ୍ଡା, ମଦ ବେପାର

ସୂଚନା ମୁତାବକ, ଥାନା ପଛ ପଟେ ଏକ ଘର ରହିଛି। ସନ୍ଧ୍ୟା ପ୍ରାୟ ୬ଟା ପରେ ସେଠାରେ ଏକାଧିକ ଜୁଆଡି ଏକାଠି ହେଉଛନ୍ତି। ଫୋନ ଜରିଆରେ ବି ଟଙ୍କା ଲାଗୁଛି। ଅନେକ ସମୟରେ ଜୁଆ ଖେଳ ବେଳେ ଗଣ୍ଡଗୋଳ ମଧ୍ୟ ଘଟୁଛି।

106

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ)- କ୍ୟାପିଟାଲ ଥାନା ପଛପଟେ ରାତିଦିନ ଖୋଲାଖୋଲି ଚାଲିଛି ଜୁଆଆଡ୍ଡା। ପୋଲିସ ଏସବୁ ଜାଣିଥିଲେ ମଧ୍ୟ ଚୁପ୍‌ ହୋଇ ବସି ରହୁଛି। ଫଳରେ ରାତିଦିନ ସବୁବେଳେ ଚାଲିଛି ଜୁଆ ଖେଳ। ଏହାସହ ଜୁଆ ଖେଳ ନିକଟରେ ଜମୁଛି ଚୋରା ମଦ କାରବାର। ମଦ୍ୟପମାନେ ମଦ କିଣି ପିଇବା ସାଙ୍ଗକୁ ଜୁଆ ଖେଳି ଉପତ୍ାତ କରୁଛନ୍ତି। ସେମାନଙ୍କ ଉପତ୍ାତରେ ଅନେକ ବ୍ୟବସାୟୀ ଓ ମାର୍କେଟକୁ ଆସୁଥିବା ଲୋକେ ଅତିଷ୍ଠ ହୋଇପଡିଲେଣି। ପୋଲିସ କେବଳ ଥାନା ଜଗୁଥିବା ବେଳେ ଏ ଦିଗରେ ସେଭଳି କିଛି ପଦକ୍ଷେପ ନେଉନି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ ପୋଲିସ ନୀରବଦ୍ରଷ୍ଟା ସାଜିଛି।

Related imageସୂଚନା ମୁତାବକ, ଥାନା ପଛ ପଟେ ଏକ ଘର ରହିଛି। ସନ୍ଧ୍ୟା ପ୍ରାୟ ୬ଟା ପରେ ସେଠାରେ ଏକାଧିକ ଜୁଆଡି ଏକାଠି ହେଉଛନ୍ତି। ଫୋନ ଜରିଆରେ ବି ଟଙ୍କା ଲାଗୁଛି। ଅନେକ ସମୟରେ ଜୁଆ ଖେଳ ବେଳେ ଗଣ୍ଡଗୋଳ ମଧ୍ୟ ଘଟୁଛି। ସେହିଭଳି ଜଣେ ଯୁବକ ସେଠାରେ ମଦ ବେପାର କରୁଛନ୍ତି। ମଦ୍ୟପମାନେ ମାର୍କେଟ ଭିତରେ ମଦ ପିଇ ମାର୍କେଟକୁ ଆସୁଥିବା ମହିଳା ଓ ଯୁବତୀମାନଙ୍କୁ ଅଶ୍ଳୀଳ କମେଣ୍ଟ କରୁଛନ୍ତି। କିଛିଦିନ ତଳେ ଜଣେ ଯୁବକ ମାର୍କେଟ ଭିତରେ ଖୋଲାଖୋଲି ମଦ ପିଉଥିଲେ। ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିବାରୁ ସେ ଉତ୍‌କ୍ଷିପ୍ତ ହୋଇ ମଦ ବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ କ୍ୟୁଏଟି ପକ୍ଷରୁ ସେଠାରେ ଚଢାଉ କରାଯାଇ ଜୁଆଡ଼ିମାନଙ୍କୁ ସାବାଡ କରାଯାଇଥିଲା। ଫଳରେ କିଛିଦିନ ପାଇଁ ଜୁଆଖେଳ ବନ୍ଦ ହୋଇଯାଇଥିଲା। ଏବେ ପୁଣି ସେଠାରେ ଜୁଆ ଆଡ୍ଡା ସାଙ୍ଗକୁ ମଦ ବେପାର ଚାଲିଛି। ସବୁଠୁ ବଡ କଥା ହେଲା କ୍ୟାପିଟାଲ ଥାନା ପୋଲିସ ଥରେ ହେଲେ ସେଠାରେ ଚଢାଉ କରିନାହିଁ। ବର୍ତ୍ତମାନ କ୍ୟୁଏଟି ପକ୍ଷରୁ କୌଣସି ଚଢ଼ାଉ ହେଉନାହିଁ। ଏ ନେଇ ସ୍ଥାନୀୟ ଜଣେ ବ୍ୟବସାୟୀ କୁହନ୍ତି, ଏବେ କ୍ୟୁଏଟି ଚଢାଉ ନ କରିବାର କାରଣ ହେଲା କ୍ୟାପିଟାଲ ଥାନାର ଜଣେ ଏସ୍‌ଆଇ ଏବେ କ୍ୟୁଏଟିରେ ଅଛନ୍ତି। କ୍ୟାପିଟାଲ ଥାନା ପୋଲିସ ସହ ଜୁଆଡ଼ିମାନଙ୍କର ଭଲ ସମ୍ପର୍କ ଥିବାରୁ ଚଢ଼ାଉ କରାଯାଉ ନାହିଁ। ଏ ନେଇ ଥାନା ଅଧିକାରୀ ମାନସ ଗଡ଼ନାୟକଙ୍କୁ ପଚାରିବାରେ ସେ କହିଲେ, ଏ ବିଷୟରେ ମୁଁ ଜାଣିନାହିଁ। କେହି ଯଦି ତାସ୍‌ ଖେଳିବା ନଁାରେ ଜୁଆ ଖେଳିବେ ଆମେ କ’ଣ କରିପାରିବୁ।

ଏ ସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଜୁଆ ଆଡ୍ଡା କେଉଁଠି ଚାଲୁଛି ମୋତେ ଜଣାନ୍ତୁ। ସେଠାରେ ଚଢାଉ ପାଇଁ ମୁଁ କ୍ୟୁଏଟିକୁ ନିର୍ଦ୍ଦେଶ ଦେବି। ଯିଏବି ଜୁଆ ଓ ମଦ ବ୍ୟବସାୟ କରୁଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.

WhatsApp chat