କାଳିଆ ଯୋଜନା: ୨ୟ ପର୍ଯ୍ୟାୟରେ ୧୩ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା

1,291

ଭୁବନେଶ୍ୱର,୧୦।୨(ବ୍ୟୁରୋ):କାଳିଆ ଯୋଜନାରେ ୧୨.୪୫ ଲକ୍ଷ ଚାଷୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁୟାରୀ ୨୪ରେ ପୁରୀଠାରେ ଆୟୋଜିତ କୃଷକ ସମାବେଶରେ ଏହାକୁ ଶୁଭାରମ୍ଭ କରିଥିଲେ। ଏହାଛଡା ଆଉ ୧୩ ଲକ୍ଷ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସହାୟତା ରାଶି ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ଶନିବାର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି। କେବେ ଏବଂ କେଉଁଠାରେ ସହାୟତା ପ୍ରଦାନ କରାଯିବ ସେ ନେଇ ଖୁବଶୀଘ୍ର ଜଣାଇ ଦିଆଯିବ। ଅପରପକ୍ଷରେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା ପାଇଁ ହିତାଧିକାରୀଙ୍କ ନାମ ଚୟନ କରିବା ପାଇଁ ରାଜ୍ୟକୁ ଚିଠି ଲେଖିଛି।

Leave A Reply

Your email address will not be published.

WhatsApp chat