କମଲ ତନୟା ଶ୍ରୁତି ହାସନ ମାନିବାକୁ ନାରାଜ

ଲୁଚାଉଛନ୍ତି ଶ୍ରୁତି

99
ଯେତେ ବୁଲେଇ ବଙ୍କେଇ ପଚାରିଲେ କ’ଣ ହେବ କମଲ ତନୟା ଶ୍ରୁତି ହାସନ ତାହା ମାନିବାକୁ ନାରାଜ। ଏପରି କି କେତେକ ସ୍ଥାନରେ ଏହି ପ୍ରଶ୍ନର କିଛି ଉତ୍ତର ନ ଦେଇ ସେ ନୀରବ ରହୁଛନ୍ତି। କଥାଟା ଏମିତି କ’ଣ ଯେ ତାକୁ ନେଇ ଶ୍ରୁତି ଏବେ ଚର୍ଚ୍ଚାରେ। ଶ୍ରୁତି ଏବେ ଜଣେ ବିଦେଶୀ ଅଭିନେତାଙ୍କ ପ୍ରେମରେ ପଡିଥିବାର ଶୁଣିବାକୁ ମିଳୁଛି। ଏ ବିଷୟରେ ସଫେଇ ଦେଇ ସେ କହନ୍ତି, ‘ଯାହା ସବୁ ଶୁଣିବାକୁ ମିଳୁଛି ତାହା ସମ୍ପୂର୍ଣ୍ଣ ମିଛ। ମୋ ନଁାରେ ଏଭଳି ଅପପ୍ରଚାର କଲେ କାହାକୁ କ’ଣ ମିଳେ ତାହା ମୁଁ ଜାଣେନା। ଯେଉଁ ବିଦେଶୀ ଅଭିନେତା ମାଇକେଲ କୋର୍ସାଲେଙ୍କ ସହ ମୋ ନାମକୁ ଯୋଡା ଯାଉଛି ସେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ। ଅନ୍ୟପକ୍ଷରେ ସେ ଜଣେ ଭଲ ଥିଏଟର ଅଭିନେତା। ମୁଁ ବର୍ତ୍ତମାନ ଆକ୍ଟିଂ ପ୍ରତି ଧ୍ୟାନ ଦେଉଛି। ପ୍ରେମ କରିବାକୁ ମୋ ପାଖରେ ସମୟ ନାହିଁ।’ ଦେଖାଯାଉ, ଏହି ଘଟଣାଟି ସତ କି ମିଛ।

Leave A Reply

Your email address will not be published.

WhatsApp chat