ଓଡ଼ିଶାର ୫ଟି ଜିଲ୍ଲା ବାତ୍ୟାଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା

ଲଘୁଚାପ ଡିପ୍ରେସନରୁ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।

469

ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରୁ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପନେବ। ଏବେ ଏହା ଦକ୍ଷିଣ-ପୂର୍ବ ଗୋପାଳପୁରରୁ ପ୍ରାୟ ୫୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ତେବେ ସ୍ଥଳଭାଗ ଛୁଇଁବା ମାତ୍ରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ତେବେ ଏହି ସମୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ପୂଜା ଧୋଇଯିବାର ଆଶଙ୍କା ଦେଖାଦେଇଛି ।

ଘଣ୍ଟା ପ୍ରତି ଏହାର ବେଗ ୧୧ କିଲୋମିଟର ରହିଛି। ୭୨ ଘଣ୍ଟା ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।

‘ତିତ୍‌ଲି’ ପ୍ରଭାବରେ 2 ଦିନ ଧରି ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି।

ଓଡ଼ିଶାର ୫ଟି ଏବଂ ଆନ୍ଧ୍ରପ୍ରଦେଶର ୩ଟି ଜିଲ୍ଲା ଏହା ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ଅଛି।ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଏବଂ ‌ଆନ୍ଧ୍ରର ବିଶାଖାପାଟଣା, ବିଜୟନଗରମ୍ ଓ ଶ୍ରୀକାକୁଲମ୍ ପ୍ରଭାବିତ ହେବ । ଅଧିକ ବେଗରେ ପବନ ବହିବାର ଡର ଥିବାରୁ ଅଧିକ କ୍ଷତି ହେବାର ଆଶଙ୍କା କରାଯାଉଛି। ଏସବୁ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମସ୍ତ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଜିଲ୍ଲାପାଳ ଓ ଅଗ୍ନିଶମ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୨ ତାରିଖ ଯାଏଁ ବର୍ଷା ଲାଗିରହିବ । ଏହାପରେ ବର୍ଷା ପରିମାଣ ଟିକେ କମିବ । 3ଶହଟି ବୋଟ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

Leave A Reply

Your email address will not be published.

WhatsApp chat