ଏବେ କମିବନି ତୈଳ ଦର : ଅର୍ଥମନ୍ତ୍ରୀ

37

ନୂଆଦିଲ୍ଲୀ : ଏବେ କମିବନି ତୈଳ ଦର । ଦେଶବାସୀଙ୍କୁ ଆହୁରି ସହିବାକୁ ପଡିବ ତୈଳ ଦର ପ୍ରହାର । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କହିବା ମୁତାବକ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କରେ କେନ୍ଦ୍ରସରକାର କୌଣସି ମୁଲ୍ୟ ହ୍ରାସ କରିବେ ନାହିଁ । ଯାହାଦ୍ୱାରା ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ମୂଲ୍ୟ ହ୍ରାସ କରାଯାଇ ନ ପାରେ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଗତ ଅଗଷ୍ଟ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ ପାଇ ୭୧ ତଳକୁ ଖସିଯ଼ିବା ଫଳରେ ଭାରତର ତେଲ ଆମଦାନୀ ବ୍ୟୟ ବଢିଚାଲିଛିା ତେଲଦର ବୃଦ୍ଧି ଯ଼ୋଗୁଁ ଦେଶରେ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ସରକାର ତେଲ ଉପରୁ ଆଦାୟ କରୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ମନା କରିଦେଇଛନ୍ତିା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାରଙ୍କ ରାଜସ୍ବ କମିବା ଆଶଙ୍କା ରହିଛି, ଏହା ଫଳରେ ରାଜସ୍ବ ନିଅଣ୍ଟ ବଢିବାର ସମ୍ଭାବନା ରହିଛିା ଏହି କାରଣରୁ ସରକାର ଶୁଳ୍କ ହ୍ରାସ ପାଇଁ ରାଜି ହେଉନାହାନ୍ତିା ଏଣୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦେଶରେ ତେଲ ଶସ୍ତା ହେବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.

WhatsApp chat