ଉଦଘାଟିତ ହେଲା ଉଠା ଜଳସେଚନ ପ୍ରକଳ୍ପ ‘ପାର୍ବତୀ ଗିରି’

46

ଭୁବନେଶ୍ଵର : ରାଜ୍ୟ ସରକାରଙ୍କର ସବୁଠୁ ବଡ ଜଳ ସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ଠାରୁ କାର୍ଯ୍ୟକ୍ଷମ ହେଲା । ଏହି ୧୯୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ତିନି ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଆରମ୍ଭ କରାଯାଇଥିବା ୧୭୦ଟି ପ୍ରକଳ୍ପ ମଧ୍ୟରୁ ୪୬ ପ୍ରକଳ୍ପର କାମ ଶେଷ ହୋଇଛି । ଏହା ୯ଟି ଜିଲ୍ଲାର ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ଆଉ ୯୦ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ଯୋଗାଣର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.

WhatsApp chat