ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା, ମାଡି ଆସୁଛି ‘ତିତଲି’

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା

209

ଭୁବନେଶ୍ୱର:  ତେବେ ବାତ୍ୟା ‘ତିତଲି’ ଏବେ ଡିପ୍ରେସନ ଏବଂ ଆସନ୍ତାକାଲି ଡିପ୍ ଡିପ୍ରେସନର ରୂପ ନେବା ସମ୍ଭାବନା ଥିବା ଆଇଏମଡି ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୧୧ ତାରିଖ ସକାଳେ ‘ତିତଲି’ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

ବିଶେଷତଃ ଘୂର୍ଣ୍ଣିଝଡ ପ୍ରଭାବରେ ୯ରୁ ୧୧ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ୧୦ ଓ ୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ୧୨ ତାରିଖରେ ଓଡ଼ିଶାରେ ବର୍ଷାର ପରିମାଣ କମିବ । ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ ୧୧ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ ।

ସରକାରୀ ସ୍ତରରେ କାହାକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡେପୁଟୀ ରିଲିଫ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର ।  ଶ୍ରୀ ମହାପାତ୍ର କହିଛନ୍ତି ଯେ, କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ଆସନ୍ତାକାଲି ସୁଦ୍ଧା ତାହା ସ୍ପଷ୍ଟ ହୋଇଯିବ । ସମ୍ଭାବ୍ୟ ବାତ୍ୟା ନେଇ ସମସ୍ତ ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ସ୍ତରରେ କାହାରିକୁ ଛୁଟିରେ ଯିବାକୁ ଅନୁମତି ନଦେବାକୁ କୁହାଯାଇଛି। ଏସଆରସି ଅଫିସ, ଓସଡମା ଅଫିସ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି।

Leave A Reply

Your email address will not be published.

WhatsApp chat