ଆଇଏସ ସ୍ତରରେ ଅଦଳ-ବଦଳ

47

ଭୁବନେଶ୍ଵର : ରାଜ୍ୟ ସରକାର ଆଇଏସ ସ୍ତରରେ ଏକ ଅଡାଳ-ବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରତ୍ନାକର ରାଉତ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶରତ ଚନ୍ଦ୍ର ନାୟକଙ୍କୁ ସିଏମସି କମିଶନର ଦାୟିତ୍ଵ ନେଷ୍ଟ କରାଯାଇଛି । ସେହିପରି ବି.ପରମେଶ୍ଵରନଙ୍କୁ ଉଚ୍ଚଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀମତୀ ସ୍ଵେଧା ଦେବଙ୍କୁ ବିଡିଏର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ଏହାଛଡା ଧୀରେନ କୁମାର ପଟ୍ଟନାୟକଙ୍କୁ ଗୋପବନ୍ଧୁ ଏକାଡେମିକୁ ବଦଳି କରାଯାଇଛି ।

Leave A Reply

Your email address will not be published.

WhatsApp chat