ଅମିତ୍ ଶାହାଙ୍କ ମୁହଁରେ “ରାହୁଲ୍ ବାବା” ଶବ୍ଦ

2,174

ଶାହା'ଜୀ ପ୍ରଥମଥର ପାଇଁ ଏପରି ସମ୍ୱୋଧନ କଲେ |

Laxmidhar Nayak Sr Journalist
ଗତ ସପ୍ତାହରେ ଅମିତ ଶାହା ତାଂକ ଓଡିଶା ଗସ୍ତ କାଳରେ ତାଙ୍କ ଭାଷଣରେ ରାହୁଲଂକୁ “ରାହୁଲ ବାବା“ ବୋଲି ସମ୍ୱୋଧନ କଲେ । ଆଗରୁ ତ ପପ୍ପୁ, ଫପ୍ପୁ, ଝପ୍ପୁ କଣ କଣ କୁହାଯାଉଥିଲା ରାହୁଲଂକୁ ।
ବୋଧହୁଏ ଶାହା’ଜୀ ପ୍ରଥମଥର ପାଇଁ ଏପରି ସମ୍ୱୋଧନ କଲେ, ସେ ଆଗରୁ କେବେବି ଏପରି ସମ୍ୱୋଧନ କରି ନଥିବେ ବୋଲି ମୋର ଦୃଢ ଅନୁମାନ ।
କାରଣ “ରାହୁଲ ବାବା“ ଶ୍ରଦ୍ଧାସମ୍ୱୋଧନ ନବୀନଙ୍କର।
ରାହୁଲ ଯେତେବେଳେ ଛୋଟ ଥିଲେ, ଗାନ୍ଧୀ ପରିବାର ସହ ନବୀନ ପରିବାରର ସଂପର୍କ ଜନିତ ନିକଟତା ହେତୁ ନବୀନ ଯେତେବେଳେ ତାଂକୁ କୋଳେଇ କାଖେଇ ଗେହ୍ଲ କରୁଥିଲେ, ସେତେବେଳ ଠାରୁ ସେ ତାଂକୁ ଆଜିଯାଏ ରାହୁଲ ବାବା ହିଁ କହନ୍ତି ।
ଏକଦା ନବୀନଂକ ସହ ଅତିଘନିଷ୍ଠତା ଥିବା ଜଣେ ପ୍ରଶାସକ-ରାଜନେତାଂକ ବିଶେଷ ଆଗ୍ରହ ଓ ଅନୁରୋଧ କ୍ରମେ ବହୁଦିନ ପୂର୍ବରୁ ଏ “ରାହୁଲ ବାବା“ ଶବ୍ଦ ସର୍ବମୋଟ ଥରେ, ଦୁଇଥର ଏକ ନିର୍ଦ୍ଧିଷ୍ଟ ଓଡିଆ ଖବର କାଗଜରେ ବାହାରିଥିବା କଥା ମୁଁ ଜାଣେ । ଏଠାରେ କହିରଖେ ଯେ, ରାହୁଲଂକୁ ଗାଳି ନଦେଇ ରାହୁଲ ବାବା କହିବାକୁ ନବୀନ ଅଧିକ ଭଲପାଆନ୍ତି, ଖୁସି ହୁଅନ୍ତି ।
ସେ ଯାହା ହେଉ ଅମିତ ଶାହାଂକ ମୁହଁରେ ରାହୁଲ ବାବା ସମ୍ୱୋଧନ,
ରାହୁଲଂକୁ ପପ୍ପୁ ପରିବର୍ତ୍ତେ ରାହୁଲବାବା ଭାବରେ ଅନେକ ସମୟରେ ଗଣ ମାଧ୍ଯମର ଶୀରୋନାମା କରିବ ନିଶ୍ଚୟ ।

ଲୋକେ କହୁଛନ୍ତି (ମୁଁ ପଚାରୁନି)
ଆଗରୁ ପପ୍ପୁ ପପ୍ପୁ କହୁଥିବା ଲୋକେ
ନିର୍ବାଚନ ଦୁଇମାସ ପୂର୍ବରୁ ହଠାତ୍ ରାହୁଲ ବାବା ରାହୁଲ ବାବା
କହିବା ଆରମ୍ଭ କରିଦେଲେଣି କାହିଁକି ?

Leave A Reply

Your email address will not be published.

WhatsApp chat